୮୪ ହଜାର କୋଟି ଟଙ୍କାର ଅସ୍ତ୍ର କିଣିବ ଭାରତ
ନୂଆଦିଲ୍ଲୀ, ୨୩/୧୨/୨୦୨୨- ଆହୁରି ୮୪ହଜାର କୋଟି ଟଙ୍କାର ଅସ୍ତ୍ର କିଣିବ ଭାରତ । ଏହି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରକ୍ଷା ଅଧିଗ୍ରହଣ ପରିଷଦର ବୈଠକରେ ୮୪ ହଜାର କୋଟି ଟଙ୍କାର ସବୁଠାରୁ ବଡ ପ୍ରତିରକ୍ଷା କାରବାରକୁ ମଞ୍ଜୁରୀ ଦିଆଯାଇଛି । ଆତ୍ମନିର୍ଭରଶୀଳ ଭାରତର ଲକ୍ଷ ହାସଲ କରିବା ଦିଗରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ମଲ୍ଟି ପର୍ପୋଜ୍ ଭେସେଲ୍, ନାଭାଲ୍ ଆଣ୍ଟି-ସିପ୍ ମିସାଇଲ୍ ଏବଂ ହାଇ ଏଣ୍ଡୁରାନ୍ସ ସ୍ୱୟଂଶାସିତ ଯାନ କ୍ରୟ ପାଇଁ ଅନୁମୋଦନ ଦିଆଯାଇଛି ଯାହା ଭାରତୀୟ ସାମୁଦ୍ରିକ ଶକ୍ତିକୁ ଆହୁରି ବୃଦ୍ଧି କରିବ । ଅନ୍ୟପକ୍ଷରେ, ଭାରତୀୟ ବାୟୁସେନା ଏକ ନୂତନ ପରିସରର କ୍ଷେପଣାସ୍ତ୍ର ପ୍ରଣାଳୀ, ପାରମ୍ପାରିକ ବୋମା, ଦୂରଗାମୀ ଗାଇଡ୍ ବୋମା ପାଇଁ ରେଞ୍ଜ ଆଗମେଣ୍ଟେସନ୍ କିଟ୍ ଏବଂ ଉନ୍ନତ ନୀରିକ୍ଷଣ ପ୍ରଣାଳୀ ଦ୍ୱାରା ବର୍ଦ୍ଧିତ ସାଂଘାତିକ କ୍ଷମତା ସହିତ ଅଧିକ ଶକ୍ତିଶାଳୀ ହେବ । ଭାରତୀୟ ତଟରକ୍ଷୀ ବାହିନୀ ପାଇଁ ଆଗାମୀ ପିଢ଼ିର ସାମୁଦ୍ରିକ ପାଟ୍ରୋଲିଂ ଜାହାଜଗୁଡ଼ିକର କ୍ରୟ ଉପକୂଳବର୍ତ୍ତୀ ଅଂଚଳରେ ତଦାରଖ କ୍ଷମତାକୁ ବୃଦ୍ଧି କରିବ।
ସେହିପରି ଯୋଦ୍ଧା ମାନଙ୍କ ପାଇଁ ହସପିଟାଲ ନିର୍ମାଣ ଯୋଜନା କରାଯାଇଛି । ୨ଟି ବାୟୁ ସେନାଙ୍କ ହସପିଟାଲ ,୨୨ଟି ସୈନ୍ୟ ହସପିଟାଲ, ଏବଂ ୧୦୯ଟି ପୂର୍ବ ସୈନିକ ସହଯୋଗୀ ସ୍ୱାସ୍ଥ୍ୟ ଯୋଜନା ପଲିକ୍ଲିନିକ ପାଇଁ ଏକ ତୃତୀୟ ହସ୍ପିଟାଲ ତିଆରି କରାଯିବ । କମାଣ୍ଡ ହସପିଟାଲରେ ୭୮୦ଟି ବେଡର ସୁବିଧା ରହିବ । ଜରୁରୀ ପରିସ୍ଥିତିରେ ୧୦୦ଟି ବେଡ୍ ମଧ୍ୟ ବଢାଯିବ ।