ଅନ୍ୟାନ୍ୟ

ବିଭିନ୍ନ ଦାବି ନେଇ ୧୨ ଘଣ୍ଟିଆ ପାଲଲହଡ଼ା ସହର ବନ୍ଦ

ପାଲଲହଡା, ୨୪/୧୨/୨୦୨୨-  ପାଲଲହଡ଼ା ଶିବ ମନ୍ଦିର ନିକଟରେ ଅଣ୍ଡରବାଇପାସ୍ , ପାଲଲହଡ଼ା- ତିହିଡି ରାସ୍ତା ନିର୍ମାଣ ଏବଂ ୧୪୯ ନଂ ଜାତିୟ ରାଜପଥ ମରାମତି ଦାବିରେ ଶନିବାର ୧୨ ଘଣ୍ଟିଆ ପାଲଲହଡ଼ା ସହର ବନ୍ଦ ଡାକରା ଦିଆଯାଇଛି । ପାଲଲହଡ଼ା ବିଧାୟକ ମୁକେଶ ପାଳଙ୍କ ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଲଲହଡ଼ାର ଦୋକାନ ବଜାର ବନ୍ଦ ରହିବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଶୃଙ୍ଖଳା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com