ଅନ୍ୟାନ୍ୟ

ଦିଲ୍ଲୀର ବାୟୁ ମାନ ସୂଚକାଙ୍କ ୬୦୦ ଛୁଇଁଲା

ନୂଆଦିଲ୍ଲୀ, ୦୪/୧୧/୨୦୨୨-   ଅଣାୟତ୍ତ ହୋଇ ପଡିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ । ଏକ ଅସମ୍ଭାଳ ସ୍ଥିତି ସହ ଧୂଆଁ ଓ ଧୂଳିରେ ଚାଦରରେ ଢ଼ାଙ୍କି ହୋଇଛି ସାରା ସହର । ଏନସିଆର ଏୟାର କ୍ୱାଲିଟି ଇଣ୍ଡେକ୍ସ ଏତେ ହ୍ରାସ ପାଇଛି ଯେ, ଘରୁ ବାହାରିବା ବିପଦ ହୋଇ ପଡିଛି । ଗୁରୁବାର ଦିଲ୍ଲୀ ଏନସିଆର ବାୟୁ ମାନକ ସୂଚକାଙ୍କ ୪୭୨ରହିଥିଲା । ମାତ୍ର ଶୁକ୍ରବାର ସକାଳୁ ବାୟୁର ଗୁଣବତ୍ତା ୬୦୦ ପାଖାପାଖି ପହଞ୍ଚିଛି ।

ଗୁରଗ୍ରାମରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୩୫ ପାର କରିଥିବା ବେଳେ ନୋଏଡାରେ ପ୍ରଦୂଷଣ ସ୍ତର ୫୬୦ ପାର କରିଛି । ଏହାକୁ ଦୃଷ୍ଟିରେ ରଖି ନୋଏଡାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲକୁ ବନ୍ଦ କରି ଅନଲାଇନ୍ ପାଠପଢା ଆଦେଶ ଦିଆଯାଇଛି । ଏଥିସହ ସମସ୍ତ ନିର୍ମାଣାଧିନ କାର୍ଯ୍ୟକୁ ମଧ୍ୟ ବନ୍ଦକରି ଦିଆଯାଇଛି । ରାଜ୍ୟର ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବେସରକାରୀ ସଂସ୍ଥାମାନଙ୍କୁ ବି ସେମାନଙ୍କ କର୍ମଚାରୀଙ୍କ ପାଇଁ ୱାର୍କଫ୍ରମ ହୋମ ଗାଇଡଲାଇନ ଜାରି କରିବାକୁ କୁହାଯାଇଛି ।

ପ୍ରଦୂଷଣ ଅତିମାତ୍ରାରେ ବଢିଯାଇଥିବାରୁ ବୟସ୍କ ଓ ଛାତ୍ରଛାତ୍ରୀଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ବାୟୁ ପ୍ରଦୂଷଣ ରୋକିବା ନେଇ ଏକ ୬ ଜଣିଆ କମିଟି ଗଠନ କରାଯାଇଛି । ସେମାନେ ରାଜସ୍ୱ ବିଭାଗ, ବଜାର ଓ କାର୍ଯ୍ୟଳୟ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ସମୟ ନିର୍ଦ୍ଧାରିତ କରିବେ । ଅନ୍ୟପଟେ ସୁପ୍ରିମକୋର୍ଟ ନଭେମ୍ବର ୧୦ ତାରିଖରେ ପ୍ରଦୂଷଣକୁ ନେଇ ଦାଏର ହୋଇଥିବା ପିଟିସନର ଶୁଣାଣି କରିବେ । ସେପଟେ ଏହି ପ୍ରଦୂଷଣ ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜକୁ ଦାୟୀ କରିଛନ୍ତି । ପଞ୍ଜାବରେ ଲାଗିଥିବା ଫାର୍ମ ନିଆଁ ଲାଗି ମଧ୍ୟ ଆପ୍ ସରକାର ନିଜକୁ ଦାୟୀ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com