ସ୍ୱାସ୍ଥ୍ୟ

କରୋନା ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ,ସତର୍କ ରୁହନ୍ତୁ ଟେଷ୍ଟିଙ୍ଗ ବଢ଼ାନ୍ତୁ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଚିଠି ଲେଖି କରୋନା ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରିଛି। ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ କହିଛି। ଏହି ଚିଠିରେ ରାଜ୍ୟମାନଙ୍କୁ ନୂଆ ବର୍ଷ ଉତ୍ସବକୁ ଦୃଷ୍ଟିରେ ରଖି ‘ଟେଷ୍ଟ-ଟ୍ରାକ-ଟ୍ରିଟ ଏବଂ ଟୀକାକରଣ’ ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ମାସ୍କ ପିନ୍ଧିବା, ହାତକୁ ସଫା ରଖିବା ଏବଂ ଶାରୀରିକ ଦୂରତା ବଜାୟ ରଖିବା ପାଇଁ ରାଜ୍ୟବାସୀଙ୍କୁ ମଧ୍ୟ ନିବେଦନ କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ରାଜ୍ୟମାନଙ୍କୁ ସଜାଗ ରହିବାକୁ ଏବଂ କୋଭିଡ -୧୯ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ମାମଲାରେ ଗତଥର ଭଳି କେନ୍ଦ୍ର ଏବଂ ରାଜ୍ୟମାନେ ଏକ ସହଯୋଗୀ ମନୋଭାବରେ କାର୍ଯ୍ୟ କରିବା ଆବଶ୍ୟକ।

ଟେଷ୍ଟିଙ୍ଗ ବଢେଇବା ସହ ଡାକ୍ତରଖାନାର ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି। ଯଦି ଲୋକଙ୍କ ଜ୍ୱର ଭଳି ଲକ୍ଷଣ ଥାଏ ତେବେ ଆରଟିପିସିଆର ପରୀକ୍ଷା କରାଯିବା ଉଚିତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com