ସ୍ୱାସ୍ଥ୍ୟ

କୋଭିଡ ପାଇଁ ଓରାଲ ଔଷଧକୁ ମଞ୍ଜୁରୀ ଦେଲା WHO

ନୂଆଦିଲ୍ଲୀ: ‘ହେଟେରୋ’ ନାମକ ଔଷଧ କମ୍ପାନୀ କୋଭିଡ୍ -୧୯ ପାଇଁ ଓରାଲ ଔଷଧ ନିର୍ମାଟେଲଭିର ପାଇଁ ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରି-କ୍ୱାଲିଫାଏଡ୍ ମେଡିସିନ୍ ପ୍ରୋଗ୍ରାମ୍ ଅଧୀନରେ ମଞ୍ଜୁରୀ ଘୋଷଣା କରାଯାଇଛିି । କମ୍ପାନୀ କହିଛି ଯେ ‘ଫାଇଜର’ର କୋଭିଡ -୧୯ ଓରାଲ ଆଣ୍ଟି-ଭାଇରାଲ ଔଷଧ ପାକ୍ସଲୋଭିଡ’ର ଏକ ଜେନେରିକ ଫର୍ମକୁ ପ୍ରଥମ ଥର ପାଇଁ ପ୍ରାରମ୍ଭିକ ମଞ୍ଜୁରୀ ମିଳିଛିି । କମ୍ପାନୀ କହିଛି ଯେ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ଥିବା କରୋନା ଭାଇରସରେ ସଂକ୍ରମଣ ଥିବା ରୋଗୀଙ୍କୁ ନିର୍ମାଟେଲଭିର ଏବଂ ରାଇଟୋନାଭିର ଦେବା ପାଇଁ ଡବ୍ଲ୍ୟୁଏଚଓ ତରଫରୁ ସୁପାରିଶ ମିଳିଛି । ବୃଦ୍ଧ କରୋନା ରୋଗୀ କିମ୍ବା ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ କିମ୍ବା ଯାହାର ଟୀକାକରଣ ହୋଇନଥିବ ତାଙ୍କୁ ହିଁ ଏହି ଔଷଧ ଦିଆଯିବ ।

ହେଟେରୋ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ମାକମର ଏକ ମିଶ୍ରିତ ପ୍ୟାକରେ ୧୫୦ ମିଗ୍ରା ନିର୍ମାଟେଲଭିରର (ଦୁଇଟି ଟାବଲେଟ୍) ଏବଂ ୧୦୦ ମିଗ୍ରା ରାଇଟୋନାଭିର (ଗୋଟିଏ ଟାବଲେଟ୍) ଥାଏ । ଏହି ଔଷଧ କେବଳ ଡାକ୍ତରଙ୍କ ପରାମର୍ଶରେ ଉପଲବ୍ଧ ହୋଇଥାଏ । ସଂକ୍ରମିତ ହେବା ପରେ ଏବଂ ଲକ୍ଷଣ ଆରମ୍ଭ ହେବାର ପାଞ୍ଚ ଦିନ ମଧ୍ୟରେ ଯଥାଶୀଘ୍ର ଏହି ଔଷଧ ଖାଇବା ଉଚିତ୍ ।କମ୍ପାନୀ କହିଛି ଯେ ଭାରତର ହେଟେରୋ ୟୁନିଟରେ ନିର୍ମାକମ୍ ଉତ୍ପାଦିତ ହେବ । ହେଟେରୋ ଗ୍ରୁପ୍ ଅଫ୍ କମ୍ପାନୀଗୁଡିକର ପରିଚାଳନା ନିର୍ଦ୍ଦେଶକ ଭାମସି କୃଷ୍ଣ ବନ୍ଦୀ କହିଛନ୍ତି, ନିର୍ମାକମକୁ ପ୍ରାରମ୍ଭିକ ସ୍ଥରରେ ଡବ୍ଲ୍ୟୁଏଚଓ ତରଫରୁ ମଞ୍ଜୁରୀ ମିଳିବା କୋଭିଡ-୧୯ ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତରେ ନିର୍ମାକମ୍ ଔଷଧ ସୁଲଭ ମୂଲ୍ୟରେ ଉପଲବ୍ଧ କରିବାକୁ କମ୍ପାନୀ ପ୍ରକାଶ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com