ସ୍ୱାସ୍ଥ୍ୟ

ବଢୁଛି କରୋନା ସଂକ୍ରମଣ : ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଲଗାତାର ଭାବେ କରୋନା ସଂକ୍ରମଣ ବଢୁଥିବାରୁ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ସ୍ଥିତିର ଆକଳନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି ।

ଆଜି ଭର୍ଚୁଆଲ ମୋଡରେ ଏହି ବୈଠକ ହେବ । ଏଥିରେ କୋଭିଡ ସମ୍ପର୍କରେ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏଥିରେ ସ୍ୱାସ୍ଥ୍ୟ ବିଭାଗ ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀ ବି ସାମିଲ ହେବେ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୩୩୫ ନୂଆ ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ଦେଶରେ ଆକ୍ଟିଭ ମାମଲା ୨୫ ହଜାର ୫୮୭ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁସାରେ, ବୁଧବାରର ମାମଲା ଅପେକ୍ଷା ଏହା ୨୦ ପ୍ରତିଶତ ଅଧିକ ।

Related Articles

Back to top button
WP Twitter Auto Publish Powered By : XYZScripts.com