ସ୍ୱାସ୍ଥ୍ୟ

ଦିନକରେ ୩ କୋଟି ୭୦ ଲକ୍ଷ ଲୋକ କୋଭିଡରେ ସଂକ୍ରମିତ ହୋଇପାରନ୍ତି

ଭୁବନେଶ୍ୱର, ୨୪/୧୨/୨୦୨୨-   ଚୀନରେ ଏବେ ଚାଲିଥିବା କରୋନା ସଂକ୍ରମଣ ଲହର ସପ୍ତାହକରେ ଶୀର୍ଷ ସ୍ଥାନ ଛୁଇଁବ । ଏପରି ଆକଳନ କରିଛି ଗ୍ଲୋବାଲ ହେଲଥ୍ ଇଣ୍ଟେଲିଜେନ୍ସ ସଂସ୍ଥା ଏୟାରଫିନିଟି । ଚଳିତ ସପ୍ତାହରେ ଦିନକରେ ପ୍ରାୟ ୩ କୋଟି ୭୦ ଲକ୍ଷ ଲୋକ କୋଭିଡରେ ସଂକ୍ରମିତ ହୋଇପାରନ୍ତି । ଚୀନରେ ଏବେ ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଦୈନିକ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଉଛି । ସରକାରୀ ଭାବେ ଏହି ରିପୋର୍ଟକୁ ସ୍ୱୀକାର କରା ଯାଇନାହିଁ । ଚୀନରେ ବର୍ତ୍ତମାନ ଚାଲିଥିବା ଲହର ଏବଂ ଜାନୁଆରୀରେ ଆସିବାକୁ ଥିବା ଲହର ବିଶ୍ୱରେ କରୋନାର ସବୁ ରେକର୍ଡ ଭାଙ୍ଗିଦେବ ବୋଲି ଅନୁମାନ କରାଯାଉଛି । ଚୀନର ସଂକ୍ରମଣକୁ ଦେଖି ଭାରତ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com