Featuredଓଡ଼ିଶା

ଆଜିଠୁ ବଦଳିବ ପାଗ, ୫ ଦିନ ଯାଏଁ କାଚିବ ବର୍ଷା

ଭୁବନେଶ୍ୱର: ବଢିବ ବର୍ଷା, କମିବ ତାତି । ରାଜ୍ୟରେ ବର୍ଷାର ସମ୍ଭାବନାକୁ ନେଇ ଜାରି ହୋଇଛି ପୂବାନୁମାନ । ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା ନେଇ ଆଲର୍ଟ ଜାରି। ୨ ତାରିଖରୁ ବର୍ଷାର ପରିମାଣ ବଢିବ । ଅର୍ଥାତ ହାଲୁକରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ପ୍ରଭାବ ରହିବ । ୨ ତାରିଖରେ ବିଜୁଳି ଘଡଘଡି ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାରେ ୪୦ରୁ ୫୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ୨, ୩ ଓ ୪ ତାରିଖରେ ଏଭଳି ବର୍ଷା ସମ୍ଭାବନା ଥିବା ବେଳେ ୪ ତାରିଖ ପରେ ପୁଣି ଖରା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
ଆସନ୍ତା ୨ ଦିନ ଯାଏଁ ଖରା ସହିତ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ରହିଛି । ଆଜି ମାଲକାନଗିରି, କୋରାପୁଟ, ନୂଆପଡା, ବୌଦ୍ଧ ଓ ଅନୁଗୁଳରେ ବିଜୁଳି ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com