ସ୍ୱାସ୍ଥ୍ୟ

ଚୀନରେ ବ୍ୟାପୁଛି କକଟେଲ ଭାଇରସ

ଭୁବନେଶ୍ୱର, ୨୮/୧୨/୨୦୨୨-   ଚୀନରେ ଆତଙ୍କ ଖେଳାଇଛି କକଟେଲ ଭାଇରସ । କକଟେଲ ଭୂତାଣୁ ଚୀନରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଢେର ଗୁଣା ବଢ଼ାଇ ଦେଇଛି । ଏନେଇ ସେଠାକାର ମହାମାରୀ ବିଶେଷଜ୍ଞ ସୂଚନା ଦେଇଛନ୍ତି ବୋଲି କେନ୍ଦ୍ର କୋଭିଡ ପ୍ୟାନେଲ ମୁଖ୍ୟ ଏନ. କେ. ଆରୋରା କହିଛନ୍ତି ।

ଗତ କିଛି ସପ୍ତାହ ଧରି ଚୀନରେ ଭୟାବହ ରୂପ ଧାରଣ କରିଥିବା କରୋନା ଭୂତାଣୁକୁ ନେଇ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । କରୋନା ଅନ୍ତୁଡିଶାଳରେ ଗୋଟିଏ ନୁହେଁ କୋଭିଡର ୪ଟି ଭାରିଆଣ୍ଟ ଦେଖାଯାଇଛି । ଏକକାଳୀନ ୪ଟି ଭାରିଆଣ୍ଟର ଆକ୍ରମଣ ଯୋଗୁ ସ୍ଥିତି ସାଂଘାତିକ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୧୫ ପ୍ରତିଶତ BF-7 ଭୂତାଣୁରେ ସଂକ୍ରମିତ । ପ୍ରାୟ ୫୦% BN ଓ BQ ସିରିଜ ଭାରିଆଣ୍ଟରେ ଆକ୍ରାନ୍ତ ଓ SVV ଭାରିଆଣ୍ଟରେ ୧୦ରୁ ୧୫ ପ୍ରତିଶତ ସଂକ୍ରମିତ ହେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com