ଅନ୍ୟାନ୍ୟ

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ମୃତ ୩୦ ଆହତ

ଭୁବନେଶ୍ୱର: କାମ୍ବୋଡିଆର ଏକ ହୋଟେଲ କାଜିନୋରେ ଅଗ୍ନିକାଣ୍ଡରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ନ୍ୟୁଜ୍ ଏଜେନ୍ସି AFP କାମ୍ବୋଡିଆ କହିଛି ଯେ ଥାଇଲ୍ୟାଣ୍ଡ ସୀମାରେ ଥିବା କାମ୍ବୋଡିଆ ହୋଟେଲ-କାଜିନୋରେ ଏହି ଦୁଖଦଃ ଘଟଣା ଘଟିଛି।

ଖବର ଅନୁଯାୟୀ ବୁଧବାର ରାତିରେ ପୋଇପେଟର ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ଯେଉଁଥିରେ ଲୋକମାନେ ହୋଟେଲ ବିଲଡିଂରୁ ଡେଇଁପଡୁଥିବାର ନଜର ଆସିଛନ୍ତି।

 

Related Articles

Back to top button