କ୍ରୀଡ଼ା

ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର

ନୂଆଦିଲ୍ଲୀ, ୩୦/୧୨/୨୦୨୨-   କ୍ରିକେଟର ଋଷଭ୍ ପନ୍ତ ଗୁରୁତର । ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଏପରି ଅବସ୍ଥା ହୋଇଛି । ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡ, ପିଟି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି । କାର୍‌ ଯୋଗେ ଦିଲ୍ଲୀରୁ ରୁର୍କୀ ଫେରିଲା ବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଡିଭାଇଡରରେ ପିଟି ହୋଇ ତାଙ୍କ କାର୍ ସମ୍ପୂର୍ଣ୍ଣ ଜଳିଯାଇଛି ।

ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀ ସହାୟତାରେ ବହୁ କଷ୍ଟରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ । ଏହାପରେ ଗୁରୁତର ଆହତ ଋଷଭ ପନ୍ତଙ୍କୁ ଦିଲ୍ଲୀ ରୋଡ୍‌ ସାକଶମ୍  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସାପରେ ପନ୍ତଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ଅଣାଯାଉଛି । ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଯିବ । ପନ୍ତ ଏକାକୀ ଗାଡ଼ି ଭିତରେ ଥିଲେ । ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯିବାରୁ ପନ୍ତ ୱିଣ୍ଡସ୍କ୍ରିନ ଭାଙ୍ଗି ଠିକଣା ସମୟରେ ବାହାରକୁ ଚାଲି ଆସିଥିଲେ । ତେଣୁ ତାଙ୍କ ଜୀବନ ଅଳ୍ପକେ ବଞ୍ଚି ଯାଇଛି । ଉତ୍ତରାଖଣ୍ଡ ପୁଲିସ ଡିଜି ଅଶୋକ କୁମାର ଏହି ଦୁର୍ଘଟଣା ଖବରକୁ ନିଶ୍ଚିତ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com