ବାଣିଜ୍ୟ

୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୩୦/୧୨/୨୦୨୨-    ନୂଆବର୍ଷ ପୂର୍ବରୁ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର । ୪ ପ୍ରତିଶତ ମହଙ୍ଗା ଭତ୍ତା ଓ T.I ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଦଶହରା ଉପହାର ଭାବେ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଯାହା ୩୧ ପ୍ରତିଶତରୁ ଏହା ୩୪ ପ୍ରତିଶତକୁ ବୃଦ୍ଧି କରା ଯାଇଥିଲା । ଏବେ ଏହି ୪ ପ୍ରତିଶତକୁ ମିଶାଇ ମହଙ୍ଗା ଭତ୍ତା ପରିମାଣ ୩୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ମହଙ୍ଗା ଭତ୍ତା ୨୦୨୨ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏହାଦ୍ୱାରା ରାଜ୍ୟ ସରକାରଙ୍କ ୪ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍‌ସନଭୋଗୀ ଉପକୃତ ହେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com