ବାଣିଜ୍ୟ

କୋଠଘର ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାନଖେମୁଣ୍ଡି ବିଧାୟକ

ବ୍ରହ୍ମପୁର, ୦୮/୦୯/୨୦୨୨-  ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଏରେଣ୍ଡ୍ରା ପଞ୍ଚାୟତର ଯୋଗୁଡ଼ି ବଳଭଦ୍ରପୁର ଗ୍ରାମ ବ୍ରାହ୍ମଣ ସାହି କୋଠଘର ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ ସହ ଭୂମି ପୂଜା କରିଛନ୍ତି । ଗ୍ରାମବାସୀ ଏବଂ ବିପୁଳ କଂଗ୍ରେସ କର୍ମୀଙ୍କ ମୋଟର ସାଇକେଲ ରାଲିରେ ବିଧାୟକଙ୍କୁ ଖଲିଙ୍ଗି ଛକରୁ ଶୋଭାଯାତ୍ରାରେ ପାଛୋଟି ନିଆଯାଇ ଗ୍ରାମ ପରିକ୍ରମା କରାଯାଇଥିଲା ।

ବିଧାୟକ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରଥମ ଦଫାରେ ନିର୍ମାଣ କାର୍ଯ୍ୟ ନେଇ ବ୍ରାହ୍ମଣ ସମାଜ କର୍ମକର୍ତ୍ତା ଏବଂ ଜନସାଧାରଣରେ ଉତ୍ସାହ ଦେଖିବାକୁ ମିଳିଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଅଞ୍ଚଳର ବହୁ କଂଗ୍ରେସ ଅନୁଗତ କର୍ମୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com