ଅନ୍ତର୍ଜାତୀୟ

ସୁମୀରେ ଫସିଥିବା ଭାରତୀୟଙ୍କୁ କରାଗଲା ଉଦ୍ଧାର: ହୋଇଛି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା

୧୪ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଲଗାତାର ଭାବରେ ୟୁକ୍ରେନ ଉପରେ ଋଷ କରିଚାଲିଛି ଆକ୍ରମଣ । ସେପଟେ ଋଷରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି ଭାରତ ସରକାର । ଅପରେସନ ଗଙ୍ଗା ମାଧ୍ୟମରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି ।
ଏହାରି ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ ଆସିଛି ଏକ ଆଶ୍ୱସ୍ତିକର ଖବର ।ୟୁକ୍ରେନର ସୁମୀ ସହରରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦିଆଯାଇଛି । ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ସୁମୀରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କୁ ପୋଲଟାଭା ପଠାଯାଇଛି । ସେଠାରେ ସେମାନଙ୍କୁ ଟ୍ରେନ ଯୋଗେ ପୂର୍ବ ୟୁକ୍ରେନ ପଠାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏବଂ ସେଠାରୁ ଅପରେସନ ଗଙ୍ଗା ଅନୁଯାୟୀ ବିମାନ ଯୋଗେ ଭାରତ ନିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com