କ୍ରୀଡ଼ା

କିମ୍ବଦନ୍ତୀ କ୍ରିକେଟର୍‌ ସେନ୍‌ ଓ୍ବର୍ଣ୍ଣଙ୍କ ମୃତ୍ୟୁକୁ ନେଇ ବଢୁଛି ସସ୍‌ପେନ୍ସ, ହୋଟେଲ ରୁମ୍‌ରୁ ପୋଲିସକୁ ମିଳିଲା ବଡ ସୁରାକ୍‌

ନୂଆଦିଲ୍ଲୀ() କିମ୍ବଦନ୍ତୀ କ୍ରିକେଟର ସେନ୍‌ ଓ୍ବର୍ଣ୍ଣଙ୍କ ୫୨ ବର୍ଷ ବୟସରେ ଥାଇଲାଣ୍ଡରେ ପରଲୋକ ଘଟିଛି । ସେଠାରେ ଅଚେତ୍‌ ଅବସ୍ଥାରେ ତାଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା ଏବଂ ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ସେନ୍‌ ଓ୍ବର୍ଣ୍ଣଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢୁଥିବା ବେଳେ ଥାଇଲାଣ୍ଡ ପୋଲିସକୁ ଲାଗିଛି ବଡ ପ୍ରମାଣ ।

ଥାଇଲାଣ୍ଡ ପୋଲିସକୁ ମିଳିଥିବା ସୁରାକ୍‌ ଅନୁଯାୟୀ, ସେନ୍‌ ଓ୍ବର୍ଣ୍ଣଙ୍କ ବେଡ୍‌ରୁମ୍‌ରୁ ରକ୍ତ ଚିହ୍ନ ମିଳିଛି । ସ୍ଥାନୀୟ ପୋଲିସ କହିଛି ଯେ, ମୃତ ଦେହ ନିକଟରୁ ପ୍ରଚୁର ପରିମାଣର ରକ୍ତ ମିଳିଥିଲା । ତାଙ୍କର କିଛି ବନ୍ଧୁ ପ୍ରଥମେ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ କହିବା ମୁତାବକ ଅଚେତ୍ ଅବସ୍ଥାରେ ଓ୍ବାର୍ଣ୍ଣଙ୍କୁ CPR ଦିଆଯାଇଥିଲା । ତେବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ଯାଇ ଅଧିକ ତଦନ୍ତ କରାଯିବ ବୋଲି ଥାଇଲାଣ୍ଡ ପୋଲିସ କହିଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ସେନ୍‌ ଓ୍ବର୍ଣ୍ଣଙ୍କ ପରଲୋକ ଘଟିଥିଲା । ଥାଇଲାଣ୍ଡରେ ସେ ରହୁଥିବା ରୁମ୍‌ରୁ ତାଙ୍କୁ ଅଚେତ୍ ଅବସ୍ଥାରେ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କ୍ରିକେଟ୍‌ କିମ୍ବଦନ୍ତୀ ସେନ୍ ଓ୍ବର୍ଣ୍ଣ ନିଜ ନାଁରେ ଛାଡି ଯାଇଛନ୍ତି ଅନେକ ରେକର୍ଡ । ନିଜ ସ୍ପିନ୍‌ ଯାଦୁରେ ବିଶ୍ବର ବଡ ବଡ ବ୍ୟାଟର୍‌ଙ୍କୁ ଚକ୍‌ମା ଦେଉଥିଲେ ସେ । ୧୪୫ଟି ଟେଷ୍ଟରୁ ସେ ୭୦୮ ଓ୍ବିକେଟ୍ ନେଇଥିବା ବେଳେ, ୧୯୪ ଦିନିକିଆ ଖେଲି ନେଇଛନ୍ତି ୨୯୩ ଓ୍ବିକେଟ୍ । ଶ୍ରୀଲଙ୍କାର ମୁଥୟା ମୁରଲୀଧରନ୍‌ ଟେଷ୍ଟରେ ସର୍ବାଧିକ ଓ୍ବିକେଟ ନେଇଥିବା ବେଳେ ତାଙ୍କ ପଛକୁ ଅଛନ୍ତି ଓ୍ବର୍ଣ୍ଣ । କେବଳ ସେତିକି ନୁହେଁ ବ୍ୟାଟ୍‌ରେ ମଧ୍ୟ କମାଲ କରିଛନ୍ତି ସେ । ବିନା ଶତକରେ ମଧ୍ୟ ସେ ଟେଷ୍ଟ ଫର୍ମାଟ୍‌ରେ ୩୧୫୪ ରନ କରିଛନ୍ତି । ଯେଉଁଥିରେ ୧୨ଟି ଅର୍ଦ୍ଧଶତକ ଅନ୍ତର୍ଭକ୍ତ ।

Related Articles

Back to top button
WP Twitter Auto Publish Powered By : XYZScripts.com