କ୍ରୀଡ଼ା

ସେଞ୍ଚୁରିଆନଙ୍କ ହାଫ୍ ସେଞ୍ଚୁରୀ

ସଚିନଙ୍କ ୫୦ ତମ ଜନ୍ମଦିନର ଅଜସ୍ର ଅଭିନନ୍ଦନ; ଜାଣନ୍ତୁ ତାଙ୍କ ଜୀବନର ୧୦ ଅଜଣା କଥା

 ଭୁବନେଶ୍ୱର, ୨୪ /୦୪/୨୦୨୩ –   ସେ କ୍ରିକେଟ ଜଗତର ବେତାଜ ବାଦଶାହା । ସେ ଶତକୀୟ ଶତକଧାରୀ ଏକମାତ୍ର କ୍ରିକେଟର । ଶହେରୁ ଅଧିକ ବିରଳ ରେକର୍ଡ ରହିଛି ତାଙ୍କରି ନାଁରେ । ୨୫ ବର୍ଷ ଧରି କ୍ରିକେଟ ଦୁନିଆରେ ରାଜ କରୁଥିବା ବ୍ୟାଟସମ୍ୟାନ ହେଉଛନ୍ତି ସେ । କହିବାକୁ ଗଲେ ସେ ହେଉଛନ୍ତି କ୍ରିକେଟ ଦୁନିଆର ଭଗବାନ । ହଁ ଆମେ କହୁଛୁ ସେହି ଯୋଗଜନ୍ମା ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ କଥା । ଯିଏ ଆଜି ୫୦ ବର୍ଷରେ ପଦାପର୍ଣ କରିଛନ୍ତି ।

୨୪ ଏପ୍ରିଲ ୧୯୭୩ ମସିହାରେ ଜନ୍ମ ହୋଇଥିଲେ ସଚିନ ତେନ୍ଦୁଲକର । ଭାରତୀୟ କ୍ରିକେଟ ଟିମରେ ସଚିନଙ୍କ ପଦାର୍ପଣ ସବୁ କିଛି ବଦଳାଇ ଦେଇଥିଲା । ଏଇ ସମୟରେ ଇଣ୍ଡିଆନ କ୍ରିକେଟ ଭିନ୍ନ ଏକ ସୋପାନକୁ ଚଢିଥିଲା । ତେବେ ଆସନ୍ତୁ ତାଙ୍କ ୫୦ତମ ଜନ୍ମ ଦିନରେ ଜାଣିବା ତାଙ୍କ ଜୀବନର କିଛି ରୋଚକ କଥା ।

୧- ମାତ୍ର ୧୪ ବର୍ଷ ବୟସରେ ସଚିନ, ବିନୋଦ କାମ୍ବଲିଙ୍କ ସହ ମିଶି ହାଲିସ ସିଲ୍ଡ ମ୍ୟାଚରେ ୬୬୪ ରନର ପାର୍ଟନରସିପ୍ କରିଥିଲେ ।
୨- ମାତ୍ର ୧୫ ବର୍ଷ ବୟସରେ ସେ ଡେବ୍ୟୁ କରିଥିଲେ ରଣଜୀ ଟ୍ରଫି ଏବଂ ଡେବ୍ୟୁ ମ୍ୟାଚରେ ହିଁ ଶତକୀୟ ଇଂନିସ ଖେଳିଥିଲେ ।
୩- ମାତ୍ର ୧୬ ବର୍ଷ ବୟସରେ ସେ ଡେବ୍ୟୁ କରିଥିଲେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଏବଂ ପାଲଟିଯାଇଥିଲେ ବିଶ୍ୱ କ୍ରିକେଟର ସବୁଠୁ କନିଷ୍ଠ ଖେଳାଳି
୪- ମାତ୍ର ୨୩ ବର୍ଷ ବୟସରେ ସେ ସାଜିଥିଲେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ।
୫- ବିଶ୍ୱ କ୍ରିକେଟରେ ସେ ହେଉଛନ୍ତି ପ୍ରଥମ ଦ୍ୱିଶତକ ମାରିଥିବା ବ୍ୟାଟସମ୍ୟାନ । ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଖେଳିଥିଲେ ଏଇ ଅବିସ୍ମରଣୀୟ ଇଂନିସ ।
୬- ସଚିନ ଅନ୍ଧବିଶ୍ୱାସୀ ଥିଲେ ବୋଲି ନିଜେ ମାନନ୍ତି । କାରଣ ବ୍ୟାଟିଂ ପାଇଁ ଗଲାବେଳେ ସେ ସବୁବେଳେ ବାଁ ଗୋଡରେ ହିଁ ପ୍ରଥମେ ପ୍ୟାଡ ପିନ୍ଧନ୍ତି ।
୭- ସେ ପ୍ରଥମ ଖେଳାଳି ଯିଏକି ବେସାମରିକ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ ।
୮- ସଚିନ ସର୍ବାଧିକ ୬ ଥର ବିଶ୍ୱକପ ଖେଳିଥିବା ଏକମାତ୍ର ଭାରତୀୟ ପ୍ଲେୟାର ।
୯- ସଚିନ ଏକମାତ୍ର କ୍ରିକେଟର ଭାବେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।
୧୦- ସଚିନଙ୍କ ମା ରଜନୀ ତେନ୍ଦୁଲକର କେବଳ ସଚିନଙ୍କ ଶେଷ ମ୍ୟାଚ ହିଁ ଷ୍ଟାଡିୟମରେ ଦେଖିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com