ଅନ୍ୟାନ୍ୟ
ହକି ବିଶ୍ଵକପ ପାଇଁ ରାଉରକେଲାରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ
![](https://i0.wp.com/odia.mobilenews24x7.com/wp-content/uploads/2022/10/POLICE-2-e1666703428865.webp?resize=780%2C470&ssl=1)
ଭୁବନେଶ୍ୱର, ୦୩ /୦୧/୨୦୨୩- ହକି ବିଶ୍ଵକପ ପାଇଁ ରାଉରକେଲା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ସେହିପରି ସହରର ୧୦୦ଟି ଜାଗାରେ ସିସିଟିଭି ଲଗାଯିବାକୁ ଥିବାବେଳେ ୩୫ ଟି ସ୍ଥାନରେ ଲଗା ସରିଛି । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଗତିବିଧି ନଜରରେ ରଖିବା ପାଇଁ ୧୨ ଟି ସ୍ଥାନରେ ଚେକ ପୋଷ୍ଟ ଲଗାଯାଇଛି । ରାଉରକେଲା ସହରରେ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ କରାଯାଇଛି । ହକି ବିଶ୍ଵକପର ସମସ୍ତ ମ୍ୟାଚ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ସ୍ଥିତ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ।