ଅନ୍ୟାନ୍ୟ

ନିର୍ମାଣାଧିନ ଗୋଦାମର କାନ୍ଥ ଭୁଷୁଡିଲା, ମାଟିତଳେ ପୋତିହୋଇ ୬ ଶ୍ରମିକଙ୍କ ମୃତ୍ୟୁ

ଦିଲ୍ଲୀ ଅଲିପୁରରେ ବଡ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଏକ ଗୋଦାମର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ କାନ୍ଥ ଭୁଷୁଡି ପଡିବାରୁ ମାଟିତଳେ ପୋତିହୋଇ ୬ଜଣ ଶ୍ରମିଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ନିର୍ମାଣ କାର୍ଯ୍ୟରେ ୨୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ । ତେଣୁ ଏବେବି ମାଟିତଳେ ଏକାଧିକ ଶ୍ରମିକ ପୋତିହୋଇ ଥିବାର ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜୋରସୋର ଚାଲିଛି । ଏବେ ଯାଏଁ ୧୦ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ପାଖ ହରିଶ୍ଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଲୋକଙ୍କ ଅଭିଯୋଗ ସତ୍ତେ୍ୱ ଡିଏମ୍ ଓ ଏସଡିଏମ୍ କାର୍ଯ୍ୟାଳୟ ଅବୈଧ ଗୋଦାମ ଗୁଡିକର ନିର୍ମାଣ କରିବାକୁ ଅନୁମତି ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com