![](https://i0.wp.com/odia.mobilenews24x7.com/wp-content/uploads/2023/01/78862350.webp?resize=200%2C178&ssl=1)
ଭୁବନେଶ୍ୱର: ମେଡିକାଲ୍ରୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଡିସ୍ଚାର୍ଜ କରାଯାଇଛି। ସାମାନ୍ୟ ସୁସ୍ଥ ହେବା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ରେଫର୍ କରାଯାଇଛି। ସ୍ୱାସ୍ଥ୍ୟାବସ୍ଥାର ଅଧିକ ଯାଞ୍ଚ ପାଇଁ ଏମ୍ସକୁ ରେଫର୍ କରାଯାଇଥିବା ଜଣାପଡ଼ିଛି। ନିମୋନିଆରେ ପୀଡ଼ିତ ହେବା ପରେ ଗତକାଲି FM ମେଡିକାଲ୍ର ICU ରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଭର୍ତ୍ତି କରାଯାଇଥିଲା।
୩ ଦିନ ପୂର୍ବେ ସାଂସଦଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ତେବେ ଗତକାଲି ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ଅଧିକ ଅସୁସ୍ଥ ଲାଗିବାରୁ ତାଙ୍କୁ ସନ୍ଧ୍ୟା ୬ ଟାରେ ICU ରେ ଭର୍ତ୍ତି କରାଯାଇଥିଲା। ମେଡିକାଲ୍ରେ ଜଣେ ପ୍ରଫେସରଙ୍କ ସମେତ ସିଡିଏମଓ ଏବଂ ଏଡିଏମଓ ସାଂସଦଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ତାଙ୍କ ଛାତିରେ ସଂକ୍ରମଣ ହୋଇଥିବା କାରଣରୁ ତାହା ନିମୋନିଆ ଲକ୍ଷଣ ବୋଲି ଡାକ୍ତର ସୂଚନା ଦେଇଥିଲେ।