ଅନ୍ୟାନ୍ୟ

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ୨୦୨୨ ଡିସେମ୍ବର ତାପମାତ୍ରା

ଭୁବନେଶ୍ୱର, ୦୬/୦୧/୨୦୨୩ –   ୨୦୨୨ ଡିସେମ୍ବର ସବୁଠୁ ଉତ୍ତପ୍ତ । ପୁରା ମାସରେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୧.୪୯ଡିଗ୍ରୀ ରେକର୍ଡ କରାଯାଇଛି । ଏହି ତାପମାତ୍ରା ସ୍ୱାଭାବିକଠାରୁ ୧ଡିଗ୍ରୀ ଅଧିକ ରହିଛି । ଯାହାଦ୍ୱାରା ଗତ ୧୨୨ବର୍ଷର ରେକର୍ଡ ଭାଙ୍ଗିଛି ଡିସେମ୍ୱର । ଏପରି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ଶୀର୍ଷ ୫ ଟି ବର୍ଷ ମଧ୍ୟରୁ ୨୦୨୨ ସର୍ବାଧିକ ୨୧.୪୯ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ୨୦୦୮ ରେ ଦ୍ବିତୀୟ ସର୍ବାଧିକ ୨୧.୪୬ ଡିଗ୍ରୀ ରହିଥିଲା । ସେହିପରି, ୨୦୧୬ରେ ୨୧.୪୦ ଡିଗ୍ରୀ, ୨୦୧୫ରେ ୨୧.୧୩ ଡିଗ୍ରୀ ଏବଂ ୨୦୦୯ ରେ ହାରାହାରି ୨୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ବିଶେଷଜ୍ଞଙ୍କ କହିବାନୁଯାୟୀ ଲା ନିନା ବର୍ଷରେ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବା ନିଶ୍ଚିତ ଏକ ଅସ୍ବାଭାବିକ ପ୍ରକ୍ରିୟା । ଜଳବାୟୁ ପରିବର୍ତ୍ତନର ପ୍ରଭାବ ତାପମାତ୍ରା ଉପରେ ପଡୁଛି । ଡିସେମ୍ବରରେ ତାପମାତ୍ରାରେ ବୃଦ୍ଧି କାହିଁକି ଘଟିଲା, ସବୁ ରେକର୍ଡକୁ ଜଳବାୟୁ ପରିବର୍ତ୍ତନ ସହ ଯୋଡି ତାହା ଉପରେ ଆମକୁ ଅଧିକ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com