ଓଡ଼ିଶା

ବିଭିନ୍ନ ଅଭୟାରଣ୍ୟରେ ପକ୍ଷୀ ଏବଂ କୁମ୍ଭୀର ଗଣନା ଆରମ୍ଭ

ଭୁବନେଶ୍ୱର, ୦୬/୦୧/୨୦୨୩-    ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ସାତକୋଶିଆରେ କୁମ୍ଭୀର ଗଣନା । ଏହି ଗଣନାରେ ମୋଟ ୧୨ ଟି ଟିମ ସାମିଲ ହୋଇଛନ୍ତି । ୩ ଦିନ ଧରି ଏହି ଗଣନା କାର୍ଯ୍ୟ ଚାଲିବ । ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯିବ ।

ସେହିପରି ସକାଳ ୬ ଟାରୁ ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରାଜନଗର, ଗହୀରମଥା , କନିକା, ମହାକାଳପଡ଼ା ଓ କୁଜଙ୍ଗର ୫ ଟି ରେଞ୍ଜରେ ପକ୍ଷୀ ଗଣନା କରାଯାଉଛି । ଏଥିରେ ମୋଟ ୧୭ ଟି ଟିମ୍ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଟିମ୍ ରେ ୪ରୁ୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସେପଟେ ମୟୂରଭଞ୍ଜ କରଞ୍ଜିଆରେ ମଧ୍ୟ କୁମ୍ଭୀର ଗଣନା ଆରମ୍ଭ କରାଯାଇଛି ।  ସମୁଦାୟ ୧୮ଟି ଜାଗାରେ  ଗଣନା ପାଇଁ ମୋଟ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com