ଅନ୍ୟାନ୍ୟ
୨୦ କୋଟିରୁ ଅଧିକ ଟୁଇଟର ବ୍ୟବହାରକାରୀଙ୍କ ଇ-ମେଲ ଆଇଡି ହ୍ୟାକ୍
![](https://i0.wp.com/odia.mobilenews24x7.com/wp-content/uploads/2023/01/TWITTER-2-e1673003859236.jpg?resize=780%2C470&ssl=1)
ଭୁବନେଶ୍ୱର, ୦୬/୦୧/୨୦୨୩ – ‘ଟୁଇଟର’ରୁ ହ୍ୟାକ୍ ହେଉଛି ଇ-ମେଲ ଆଇଡି । ମାଇକ୍ରୋବ୍ଲଗିଗଂ ସାଇଟ୍ ୨୦ କୋଟିରୁ ଅଧିକ ଟୁଇଟର ବ୍ୟବହାରକାରୀଙ୍କ ଇ-ମେଲ ଆଇଡି ହ୍ୟାକ୍ କରିଛନ୍ତି ସାଇବର ଅପରାଧୀ । ହ୍ୟାକ କରାଯିବା ପରେ ଏହାକୁ ଏକ ଅନଲାଇନ ହ୍ୟାକିଂ ଫୋରମରେ ପୋଷ୍ଟ କରାଯାଇଛି । ତାହାର କେତେକ ସ୍କ୍ରିନ୍ସଟ୍ ସମ୍ପ୍ରତି ଅନ୍ଲାଇନ୍ରେ ପ୍ରସାରଣ ହେଉଛି।
ଏତେସଂଖ୍ୟକ ଇ-ମେଲ ହ୍ୟାକିଂ ଯୋଗୁ ଫିସିଂ ଓ ଡକ୍ସିଂ ଭଳି ମାମଲା ବଢ଼ିବ ବୋଲି ଇସ୍ରାଏଲ ସାଇବର ସିକ୍ୟୁରିଟି ମନିଟରିଂ ଫାର୍ମ ହୁଡସନ ଲିଙ୍କଡ-ଇନ୍ ରେ ପୋଷ୍ଟ କରିଛନ୍ତି । ଅନଲାଇନ ହ୍ୟାକିଂ ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ଇ-ମେଲ ଟୁଇଟରରୁ ହିଁ ଚୋରି ହୋଇଛି ବୋଲି ବ୍ରିଚ୍ ନୋଟିଫିକେସନ ସାଇଟ ହାବ ଆଇ ବିନ୍ ପନଡର ନିର୍ମାତା କହିଛନ୍ତି । ଡାଟା ଲିକର ଦୁଇ ସପ୍ତାହ ପରେ ବି ୟୁଜର୍ସଙ୍କ ଇ-ମେଲ ହ୍ୟାକକୁ ନେଇ ଟୁଇଟର ପକ୍ଷରୁ କିଛି ଟିପ୍ପଣୀ ରଖାଯାଇନାହିଁ ।