Featuredଭାଇରାଲ୍ ଭିଡିଓ

ମହଙ୍ଗା ବିଲେଇ, ମୂଲ୍ୟ ଶୁଣି ଉଡିଯାଇପାରେ ଆପଣଙ୍କ ହୋସ

ଭୁବନେଶ୍ୱର: ପପ୍ ଷ୍ଟାର୍ ଟେଲର୍ ସ୍ୱିଫ୍ଟଙ୍କର ଗୃହପାଳିତ ପଶୁ ଦୁନିଆର ୩ ୟ ମହଙ୍ଗା ବିଲେଇ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ଟେଲରଙ୍କ ମାଲିକାନାରେ ଥିବା ଏହି ବିଲେଇର ମୂଲ୍ୟ ୮୦୦ କୋଟି ଟଙ୍କା। ଯାହାକି ଦୁନିଆର ତୃତୀୟ ମହଙ୍ଗା ଗୃହପାଳିତ ପଶୁ। ରୋଲିଂ ଷ୍ଟୋନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଲେଇର ନାମ ଅଲିଭିଆ ବେନସନ। ଏକ ତଥ୍ୟ ଅନୁଯାୟୀ, Nala.Cat ଆକାଉଣ୍ଟ ନାମ ଥିବା ବିଲେଇ ଇନଷ୍ଟାଗ୍ରାମ ଦ୍ୱିତୀୟ ସ୍ଥାନରେ ରହିଛି। ଏହାର ମୂଲ୍ୟ ୧୦୦ ନିୟୁତ ଡଲାର ଅଟେ । ଇନଷ୍ଟାଗ୍ରାମରେ Nala ର ୪.୪ ନିୟୁତ ଅନୁସରଣକାରୀ ଅଛନ୍ତି। ସେ ସର୍ବାଧିକ ଅନୁସରଣ କରୁଥିବା ବିଲେଇଙ୍କ ପାଇଁ ଗିନିଜ ରେକର୍ଡ ମଧ୍ୟ କରିଛନ୍ତି । ଯଦିଓ ଅଲିଭିଆ ବେନସନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ନାହିଁ। ଅଲିଭିଆଙ୍କର ସମଗ୍ର ବିଶ୍ୱରେ ପ୍ରଶଂସକ ଅଛନ୍ତି। ସେ ଅନେକ ଭିଡିଓରେ ନଜର ଆସିଛନ୍ତି। ଟେଲରଙ୍କ ଏହି ବିଲେଇ ଅନେକ ବିଜ୍ଞାପନରେ ମଧ୍ୟ ସ୍ଥାନ ପାଇଛି । ୨୦୧୪ ରେ ଟେଲର ବିଲେଇ ଅଲିଭିଆଙ୍କୁ ଗ୍ରହଣ କରିଥିଲେ। ସେବେଠାରୁ ସେ ତାଙ୍କ ସହିତ ଅଛନ୍ତି। ଟେଲର ସ୍ୱିଫ୍ଟ ଦୁନିଆର ସର୍ବାଧିକ ରୋଜଗାର କରୁଥିବା ଗାୟକ। ସେ ପ୍ରତିବର୍ଷ ପ୍ରାୟ ୧୫୦ ମିଲିୟନ୍ ଡଲାର୍ ରୋଜଗାର କରନ୍ତି। ଏ ହେଉଛି ଦୁନିଆର ତୃତୀୟ

Related Articles

Back to top button
WP Twitter Auto Publish Powered By : XYZScripts.com