Featuredଜାତୀୟରାଜନୀତି

ଭିକ ମାଗିବା ଉପରେ ଲାଗିଲା କଟକଣା

ମହାରାଷ୍ଟ୍ରରେ ଭିକ ମାଗିବା ଉପରେ ଲାଗିଲା କଟକଣା । ମହାରାଷ୍ଟ୍ର ପୋଲିସ ଭିକ୍ଷାବୃତ୍ତି ଉପରେ କଟକଣା ଲଗାଇଛି । ଏକ ରିପୋର୍ଟ ଅନୁସାରେ, ଗତ ବୁଧବାର ନାଗପୁର ସିଟି ପୋଲିସ କମିଶନର ପକ୍ଷରୁ ଏକ ନିର୍ଦେଶ ଜାରି କରାଯାଇଛି । ଏହି ନିର୍ଦ୍ଦଶ ଆଧାରରେ ସହରର କୌଣସି ବି ସ୍ଥାନରେ ଭିକ ମାଗିପାରିବେନି ଲୋକେ । ମାର୍ଚ୍ଚ ୯ ତାରିଖରୁ ଅର୍ଥାତ୍ ଆଜିଠୁ ଏପ୍ରିଲ୍ ମାସ ୩୦ ତାରିଖ ଯାଏଁ ଭିକ ମାଗିବା ଉପରେ କଟକଣା ଲଗାଯାଇଛି । ଯଦି କୌଣସି ଲୋକ ଏହି ନିୟମକୁ ଉଲଂଘନ କରନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ଚେତାଇ ଦିଆଯାଇଛି ।

ଦେଶର ବିଭିନ୍ନ ସହରରେ ଏବେ ଜି-୨୦ ସମ୍ମିଳନୀ ଆୟୋଜନ କରାଯାଉଛି । ଅନେକ ଦେଶର ବହୁ ପ୍ରତିକ୍ଷିତ ଲୋକ ଏଥିରେ ସାମିଲ ହେଉଛନ୍ତି । ଭାରତର ଛବି କିଭଳି ବିଶ୍ୱ ବଜାରରେ ଉଚ୍ଚରେ ରହିବ ସେନେଇ ପ୍ରଚେଷ୍ଠା ଜାରି ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭିକ ମାଗିବା ଉପରେ କଟକଣା ଲଗାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com