କ୍ରୀଡ଼ା

ଆଜିଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌

    ଗୁଆହାଟୀ, ୧୦/୦୧/୨୦୨୩ –   ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଠାରୁ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ ଆରମ୍ଭ ହେଉଛି । ତେବେ ଏହି ସିରିଜରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି । ଏହି ଦୁଇଙ୍କ ଫେରିବାପରେ ଭାରତୀୟ ଦଳର ଦକ୍ଷତା ବୃଦ୍ଧି ଘଟିଛି । ତେବେ ଦଳରେ କିଛିଟା ପରିବର୍ତ୍ତନ କରାଯାଇଛି ।

ଗତ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରେ ଦ୍ରୁତତମ ଦ୍ୱିଶତକ ହାସଲ କରିଥିବା ଇଶାନ କିସାନଙ୍କୁ ଏହି ମ୍ୟାଚ୍‌‌ରେ ଖେଳାଯିବ ନାହିଁ । ଶୁଭମନ ଗିଲ ତାଙ୍କ ସ୍ଥାନରେ ଖେଳିବେ । ଆଘାତ ଜନିତ କାରଣରୁ ଋଷଭ ପନ୍ତ୍‌‌ ଓ ସଞ୍ଜୁ ସାମସନ ଦଳରେ ନଥିବାରୁ ଲୋକେଶ ରାହୁଲ ୱିକେଟ କିପିଂ କରିବା ସ୍ପଷ୍ଟ ହୋଇଛି । ସେହିପରି ମଧ୍ୟକ୍ରମରେ T-୨୦ରେ ବିସ୍ଫୋରଣ କରିଥିବା ସୁର୍ଯ୍ୟକୁମାର ଯାଦବଙ୍କ ପରି ଖେଳାଳି ମଧ୍ୟ ଦିନିକିଆ ଦଳରେ ସ୍ଥାନ ପାଇବା ଲାଗି ଶ୍ରେୟସ ଆୟରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ଯଶ୍‌‌ପ୍ରୀତ୍‌‌ ବୁମ୍‌‌ରାଙ୍କୁ ବାଦ୍‌‌ ଦେବା ପରେ ଭାରତୀୟ ବୋଲିଂ କିଛିଟା ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଅନ୍ୟପଟେ ଦିନିକିଆରେ ଶ୍ରୀଲଙ୍କା ଦାସୁନ ସନକାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ । ଯଦିଓ ଶ୍ରୀଲଙ୍କା ଦଳ ଭାରତକୁ ହରାଇ ପାରିବ ବୋଲି ଆଶା କରା ଯାଉନାହିଁ ; ତଥାପି ପଡ଼ିଆକୁ ଓହ୍ଲାଇବା ପରେ ଶ୍ରୀଲଙ୍କାର ଦମ୍‌‌ ବଢ଼଼ି ଯାଇଥାଏ । ଯାହା ଫଳରେ ଶ୍ରୀଲଙ୍କା ନିଶ୍ଚିତଭାବେ ଏହି ସିରିଜ୍‌‌ରେ ଲଢ଼େଇ କରିବ ଏବଂ ଆଜି ଗୁଆହାଟୀରେ ଏକ ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ଖେଳ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com