C-ଟାଇପ୍ ଚାର୍ଜର ବାଧ୍ୟତାମୂଳକ
![](https://i0.wp.com/odia.mobilenews24x7.com/wp-content/uploads/2023/01/USB-C-made-mandatory-for-phones-sold-in-EU-from-2024-but-Apple-has-a-clever-trick-up-its-sleeve.jpg?resize=780%2C470&ssl=1)
ମୋବାଇଲ ନୁହେଁ ଲାପ୍ଟପ୍ରେ ବି ଏଣିକି ଟାଇପ୍ ସି ଚାର୍ଜର ଲାଗିବା ପାଇଁ ବ୍ୟବସ୍ଥା ବାଧ୍ୟତାମୂଳକ କରିବାକୁ ହେଉଛି ଆଲୋଚନା । ୱାନ୍ ନେସନ୍ ୱାନ୍ ଚାର୍ଜର ନାରାକୁ ଦିଆଯାଉଛି ଅଧିକ ଗୁରୁତ୍ୱ । ବିଭିନ୍ନ ମୋବାଇଲ ଓ ଲାପ୍ଟପ୍ କମ୍ପାନୀମାନେ ମଧ୍ୟ ଏଥିପ୍ରତି ଦେଲେଣି ଗୁରୁତ୍ୱ । ସେନେଇ ଗୋଟିଏ ପରେ ଗୋଟିଏ ଦେଶ ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଆମେ ଏହା କେବଳ ଭାରତ ପାଇଁ କହୁ ନାହୁଁ, ସାରା ବିଶ୍ୱରେ କେବଳ ଟାଇପ୍ ସି ଚାର୍ଜର ହିଁ ଚାଲିବ । ୟୁରୋପିଆନ୍ ୟୁନିୟନ୍ ପକ୍ଷରୁ ୱାନ୍ ନେସନ୍ ୱାନ୍ ଚାର୍ଜର ନାରା ଦିଆଯିବା ସହ ଏନେଇ ଏକ ପଲିସି ମଧ୍ୟ ପାସ୍ କରାଯାଇଛି ।
ଅନ୍ୟପଟେ ଆମ ଦେଶ ଭାରତରେ ମଧ୍ୟ ଏହି ନାରା କିଛି ଦିନ ହେବ ଚାଲିଛି । କେବଳ ଆପଲ କମ୍ପାନୀର ଫୋନ୍କୁ ଛାଡ଼ିଦେଲେ, ଏବେ ଅଧିକାଂଶ ମୋବାଇଲ ଚାର୍ଜର ସି-ଟାଇପ୍ ରହୁଥିବା ଦେଖାଯାଇଛି । ତେବେ ସବୁ ମୋବାଇଲ ପାଇଁ ସି-ଟାଇପ୍ ଚାର୍ଜର ନିୟମ ୨୦୨୪ରୁ କଡ଼ା କଡ଼ି ହେବାକୁ ଥିବା ବେଳେ ଲାପ୍ଟାପ୍ ପାଇଁ ୨୦୨୬ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଅନ୍ୟପଟେ ଭାରତ ସରକାର ଦୁଇଟି ପ୍ରକାର ଚାର୍ଜର ଚାଲୁ ରଖିବା ପାଇଁ ଚିନ୍ତା କରୁଛନ୍ତି । ସବୁ ସ୍ମାର୍ଟଫୋନ୍ ପାଇଁ ଗୋଟିଏ ସି-ଟାଇପ୍ ଚାର୍ଜର ବ୍ୟବସ୍ଥା କରିବାକୁ କୁହାଯାଇଥିବା ବେଳେ ସବୁ ଫିଚର ଫୋନ୍ ପାଇଁ ଗୋଟିଏ ପ୍ରକାର ଚାର୍ଜର ପ୍ରସ୍ତୁତ କରିବାକୁ କୁହାଯାଉଛି ।