Featuredଜାତୀୟରାଜନୀତି

ପଶୁୁପତି-ଚିରାଗଙ୍କ ଠାରୁ ଶରଦ ପାୱାର-ଅଜିତଙ୍କ ପର୍ଯ୍ୟନ୍ତ… ଜାଣନ୍ତୁ ଦାଦା ପୁତୁରାଙ୍କ ରାଜନୈତିକ ଲଢ଼େଇ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ରାଜନୀତୀରେ ଦାଦା ପୁତୁରାଙ୍କ ଲଢେଇ । ଏହି ଲଢେଇ କେବଳ ରାଜନୀତୀକୁ ନେଇ । ଦାଦା ପୁତୁରାଙ୍କ ଏହି ରାଜନୈତିକ ଲଢେଇରେ କାହା ଉପରେ କିଏ ଭାରୀ ପଡିବେ । ଆଉ କାହାକୁ ପରାଜୟ କରି କିଏ ପିନ୍ଧିବେ ବିଜୟ ମୁକୁଟ । ରାଜନୀତୀରେ ଏମିତି ଅନେକ ଦାଦା-ପୁତୁରା ଅଛନ୍ତି ଯେଉଁମାନେ ଅଲଗା ଅଲଗା ଦଳରେ ରହି ନିର୍ବାଚନ ଲଢୁଛନ୍ତି । ହେଲେ ଯେତେବେଳେ ଉଭୟଙ୍କ ମଧ୍ୟରେ ଭେଟ ଘାଟ ହୋଇଯାଏ ସେତେବେଳେ ସମ୍ପର୍କକୁ ଖୁବ ଗୁରୁତ୍ୱ ଦେଇଥାନ୍ତି ଏହି ରାଜନେତା ମାନେ ।

ନିକଟରେ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ ବା ଏନଡିଏର ବୈଠକରେ ଦେଖିବାକୁ ମିିଥିଲା ଏକ ରୋମାଞ୍ଚକର ଦୃଶ୍ୟ । ଯେତେବେଳେ ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାଶୱାନ ଏବଂ ରଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିର ସଭାପତି ପଶୁପତି ପରାଶ ମୁହାଁମୁହିଁ ହୋଇଥିଲେ । କାରଣ ରାମ ବିଲାସ ପାଶୱାନଙ୍କ ଦ୍ୱାରା ଗଠିତ ଲୋକ ଜନଶକ୍ତି ପାର୍ଟି ବା ଏଲଜେପିର ବିଭାଜନର ଦୁଇ ବର୍ଷ ପରେ ଦାଦା-ପୁତୁରା ମୁହାଁମୁହିଁ ହୋଇଥିଲେ । ଆଉ ଏହି ସମୟରେ ପୁତୁରା ଚିରାଗ ଦାଦା ପଶୁପତିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଆଉ ଦାଦା ପଶୁପତି ମଧ୍ୟ ତାଙ୍କୁ ଶ୍ରଦ୍ଧାରେ ଆଲିଙ୍ଗନ କରିନେଇଥିଲେ । ତେବେ ବୈଠକରେ ଦାଦା ପୁତୁରାଙ୍କ ଏହି ମିଳିନ ଏଲଜେପିରେ ବିଦ୍ରାହ ଏବଂ ରାଜନୀତିରେ ଅନ୍ୟ ଦାଦା ପୁତୁରାଙ୍କ ମଧ୍ୟରେ ଥିବା ପ୍ରତିଦ୍ୱନ୍ଦ୍ୱିତାକୁ ମନେପକାଇ ଦେଇଥିଲା । କାରଣ ନିକଟରେ ଅଜିତ ପାୱାର ତାଙ୍କ ଖୁଡି ପ୍ରତିଭା ପାୱାରଙ୍କ ଅସ୍ତ୍ରୋପଚାର ପରେ ଦେଖିବାକୁ ଦୌଡିଥିଲେ। ଗୋଟେପଟେ ଏନସିପିରେ ଦାଦା ଶରଦ ପାୱାରଙ୍କ ସହ ତାଙ୍କର କଡା ଟକ୍କର ହେଉଥିବା ବେଳେ ଅଜିତ ଦଳ ଛାଡି ଏନଡିଏରେ ସାମିଲ ହୋଇଛନ୍ତି। ଏବେ ମହାରଷ୍ଟ୍ରର ଏକନାଥ ଶିନେ୍ଦଙ୍କ ସରକାରରେ ସେ ଉପ-ମୁଖ୍ୟମନ୍ତ୍ରୀ ଅଛନ୍ତି । କିନ୍ତୁ ପାରିବାରିକ ସମ୍ପର୍କ କ୍ଷେତ୍ରରେ ଅଜିତ ପଛକୁ ହଟି ନାହାନ୍ତି।

ତେବେ ପଶୁପତି ପରାଶ-ଚିରାଗ ପାଶୱାନ, ଶରଦ ପାୱାର-ଅଜିତ ପାୱାର, ଗୋପୀନାଥ ମୁଣ୍ଡେ-ଧନଞ୍ଜୟ ମୁଣ୍ଡେ, ଶିବପାଲ ଯାଦବ-ଅଖିଳେଶ ଯାଦବ, ବାଲ ଠାକରେ-ରାଜ ଠାକରେ ଏବଂ କେସିଆର-ହରିଶ ରାଓ, ଏମାନେ ସମସ୍ତେ ହେଉଛନ୍ତି ଦେଶର ବିଭିନ୍ନ ଅଞ୍ଚଳର ରାଜନେତା, ଯେଉଁମାନେ କି ରାଜନୈ÷ତିକ ଇନିଂସରେ ବହୁ ବର୍ଷ ଧରି ଏକାଠି ରହିଥିଲେ କିନ୍ତୁ ଯେତେବେଳେ ରାଜନୈତିକ ଉତ୍ତରାଧୀକାରୀ ଭାବେ ଦାଦା ମାନେ ସେମାନଙ୍କ ପୁଅ କିମ୍ବା ଝିଅକୁ ଲୋଡିଥିଲେ ସେତେବେଳେ ପୁତୁରା ମାନେ ବିଦ୍ରୋହର ରାସ୍ତା ଆପଣେଇ ନେଇଥିଲେ । ଏମିତି କି କେତେ ଜଣ ପୁତୁରା ଅଗଲା ଦଳ ଗଠନ କଲେ ତ ଆଉ କେତେ ଜଣ ଅନ୍ୟ ଦଳରେ ଯୋଗ ଦେଇସାରିଛନ୍ତି । ଏମିତି କି ଅନେକ ପୁତୁରା ଅଛନ୍ତି ଯେଉଁମାଙ୍କୁ ମନାଇବା ପରେ ସେମାନେ ଦାଦାଙ୍କ ନିଷ୍ପତ୍ତି ଗ୍ରହଣ କରି ନୀତି ଆଦର୍ଶକୁ ମାନି ମୂଳ ପାର୍ଟିକୁ ଫେରିଛନ୍ତି । ଗତ ଦୁଇ ଦଶନ୍ଧି ମଧ୍ୟରେ ଏମିତି ଦାଦା-ପୁତୁରାଙ୍କ ରାଜନୈତିକ ଯୁଦ୍ଧର ଅନେକ ଘଟଣା ସାମ୍ନାକୁ ଆସିଛି । ହେଲେ ଏହି ଦାଦା ପୁତୁରାଙ୍କ ଲଢେଇ ଭିତରେ କିଏ କାହା ଉପରେ କେତେବେଳେ ଭାରୀ ପଡୁଛି ତାହା ସମୟ କହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com