ଜାତୀୟମନୋରଞ୍ଜନ

ଦ୍ରୌପଦୀଙ୍କ ବସ୍ତ୍ରହରଣ କରିବାରୁ ‘ଦୁର୍ଯ୍ୟଧନ’ଙ୍କ ବିରୋଧରେ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ୱାରେଣ୍ଟ

ମୁମ୍ବାଇ: 1988 ମସିହାରେ ଟିଭିରେ ପ୍ରସାରିତ ହୋଇଥିଲା ବି.ଆର ଚୋପ୍ରା ଏବଂ ରବି ଚୋପ୍ରାଙ୍କ ଶୋ ‘ମହାଭାରତ’। ଯାହାକୁ ଦର୍ଶକଙ୍କ ଖୁବ୍ ଅଦୃତି ମିଳିଥିଲା, ଅତ୍ୟନ୍ତ ଲୋକପ୍ରିୟ ବି ହୋଇଥିଲା ।  ପ୍ରତ୍ୟେକ ଏପିସୋଡ୍ ସହ ଏହାର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଥିଲା।  ଶୋ ପଛରେ ଥିବା  କ୍ରୁ ମେମ୍ବରଙ୍କୁ  ଗର୍ଶକଙ୍କ ଭରପୁର ଭଲପାଇବା ମିଳିଥିଲା। ଏହା ସହ ସେମାନଙ୍କୁ  ମଧ୍ୟ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

2020 ମସିହାରେ ପ୍ରସାରିତ ହୋଇଥିବା ‘ଦ କପିଲ ଶର୍ମା ଶୋ’ରେ ‘ମହାଭାରତ’ର ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରିଥିବା ପୁଣିତ ଇସାର ଏକ ଖୁଲାସା କରିଥିଲେ। ବି.ଆର.ଚୋପ୍ରା,  ରବି ଚୋପ୍ରା ଓ ପୁନିତ୍ ନିଜେ ଦୌପଦୀଙ୍କର ବସ୍ତ୍ରହରଣର ଅଂଶ ଥିଲେ।  କିନ୍ତୁ ସେମାନଙ୍କୁ ନିଜ କାମ ପାଇଁ ଏକ ବଡ ମୂଲ୍ୟ ଦେବାକୁ ପଡିଥିଲା ।

ସେହି ଘଟଣାକୁ ମନେ ପକାଇ ପୁନିତ୍ କପିଲଙ୍କୁ କହିଥିଲେ, “କେହି ଜଣେ ଆମକୁ କହିଥିଲେ ଯେ ଆପଣଙ୍କ ନାମରେ ୱାରେଣ୍ଟ ଜାରି କରାଯାଇଛି, ଜାମିନ ବିହୀନ ୱାରେଣ୍ଟ। କାରଣ ଥିଲା ଦ୍ରୌପଦୀଙ୍କ ବସ୍ତ୍ର ହରଣ। ବନାରସରୁ କେହି ଜଣେ କହିଥିଲେ ଯେ ଆପଣ ଦୌପଦୀଙ୍କ ବସ୍ତ୍ର ହରଣ କରିଥିଲେ , ଯାହା ଆମକୁ ଦୁଃଖ ଦେଇଛି। ଏକଥା ଶୁଣିବା ପରେ ସମସ୍ତେ ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ BR ଚୋପ୍ରା ଓ ରବି ଚୋପ୍ରା ଏହି ମାମଲାର ସମାଧାନ କରିଥିଲେ।

କିନ୍ତୁ 28 ବର୍ଷ ପରେ, ଆହୁରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ପୁଣିତ କହିଛନ୍ତି, “28 ବର୍ଷ ପରେ  ପୁଣି ଏହି ମାମଲା ରିଓପନ୍ ହେଲା। ଆମକୁ ପ୍ରତିନିଧିତ୍ୱ କରିବା ପାଇଁ ଆମକୁ ଜଣେ ଓକିଲ ନିଯୁକ୍ତି କରିବାକୁ ପଡିଲା। କିନ୍ତୁ ମଜାଦାର କଥା ହେଉଛି, ପଛରେ ଜଣା ପଡ଼ିଲା ଯେ ସେହି ବ୍ୟକ୍ତିଙ୍କୁ କେବଳ  ଅଭିନେତାଙ୍କ ସହ ଉଠାଇବାର ଥିଲା, ସେଥିପାଇଁ ସେ ଏମିତି କାଣ୍ଡ କରିଛନ୍ତି।

ମହାଭାରତ 1988 ରୁ ଜୁନ୍ 1990 ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା। ଏହି ଶୋ’ରେ ମୋଟ 94 ଟି ଏପିସୋଡ୍ ଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ B.R ଏବଂ ରବି ଚୋପ୍ରା । ଏହାକୁ ପଣ୍ଡିତ ନରେନ୍ଦ୍ର ଶର୍ମା ଏବଂ ରହୀ ମାସୁମ୍ ରାଜା ଲେଖିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com