ବାଣିଜ୍ୟ

ସୁରାଟରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ଶ୍ରମ ମନ୍ତ୍ରୀ

ବ୍ରହ୍ମପୁର, ୨୭/୦୯/୨୦୨୨-   ଓଡ଼ିଶାର ପୋଲସରା ବ୍ଲକ ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମର ମୋଚିରାମ ଗୌଡ଼ ସୁରଟରେ ମୃତ୍ୟୁ ବରଣ କରିଥିଲେ । ଓଡ଼ିଶା ସରକାରଙ୍କ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସୁରାଟ ଗସ୍ତରେ ଥିବାବେଳେ ମୋଚିରାମଙ୍କ ମୃତ୍ୟୁ ଖବର ଶୁଣି ଘଟଣା ସ୍ଥଳରେ ପହଞ୍ଚି ଶେଷ ଦର୍ଶନ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ସୁରତରେ ପ୍ରାୟ ୧୦ ଲକ୍ଷ ଓଡ଼ିଆ ବସବାସ କରୁଥିବା ବେଳେ ଅଧିକାଂଶ ହେଉଛନ୍ତି ଶ୍ରମିକ । ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମଙ୍ଗଳ ପାଇଁ ସେପ୍ଟେମ୍ବର ୨୫ ତାରିଖ ଦିନ ସୁରଟର ଏକ କର୍ମଶାଳାରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ପ୍ରକାଶ କରିଥିଲେ । ଏହାପରେ ଶ୍ରମ ମନ୍ତ୍ରୀ ସଚିନ, ପାଣ୍ଡେସରା, ଶ୍ରୀରାମ ନଗର ଅଞ୍ଚଳରେ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ସହ ଆଲୋଚନା କରିଥିଲେ।  ପୋଲସରା ବିଧାୟକ ତଥା ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଶ୍ରୀକାନ୍ତଙ୍କ ଏହି ମହତ ଗୁଣ ଯୋଗୁଁ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com