ସ୍ୱାସ୍ଥ୍ୟ

କରୋନା ସମ୍ପର୍କରେ ଚୀନ୍‌ ପ୍ରକୃତ ତଥ୍ୟ ଦେଉ ନାହିଁ : WHO

 ଭୁବନେଶ୍ୱର, ୧୩/୦୧/୨୦୨୩ –     କରୋନା ସଂକ୍ରମଣ ଏବଂ କରୋନାଜନିତ ମୃତ୍ୟୁ ସମ୍ପର୍କରେ ଚୀନ୍‌  ପ୍ରକୃତ ତଥ୍ୟ ଦେଉ ନାହିଁ । ଏପରି ଅଭିଯୋଗ ଆଣିଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ- WHO । WHO ର ଆପାଦକାଳୀନ ନିର୍ଦ୍ଦେଶକ ମାଇକେଲ ରିଆନ କହିଛନ୍ତି ଯେ, ଯଦିଓ ଚୀନ୍‌ ପୂର୍ବ ତୁଳନାରେ ତଥ୍ୟ ଲୁଚାଉ ନାହିଁ କିନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ଦେଉ ନାହିଁ । ବର୍ତ୍ତମାନ ଚୀନରେ ଦିନକୁ ହଜାର ହଜାର ସଂଖ୍ୟାରେ ମୃତ୍ୟୁ ଘଟୁଥିଲେ ମଧ୍ୟ ଚୀନ୍ ସରକାର ଏହାକୁ ଅଳ୍ପ ସଂଖ୍ୟା ମଧ୍ୟରେ ସୀମିତ ରଖୁଛନ୍ତି । ତେଣୁ ସେଠାକାର ପ୍ରକୃତ ସ୍ଥିତି ସମ୍ପର୍କରେ ଆକଳନ କରିବା ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ସମସ୍ୟା ସୃଷ୍ଟି ହେଉଛି ।

ସଂକ୍ରମଣ ଏବଂ ମୃତ୍ୟୁକୁ ଦୃଷ୍ଟିରେ ରଖି ଚୀନ୍‌ର ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଅଧିକରୁ ଅଧିକ ଡାକ୍ତରଙ୍କୁ ନିୟୋଜିତ କରିବାର ଆବଶ୍ୟକତା ଦେଖାଯାଇଛି । ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ଚୀନ୍‌ରେ ଚଳିତ ବର୍ଷ କରୋନାଜନିତ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିବ। ବର୍ତ୍ତମାନ ଦୈନିକ ୫ ହଜାରରୁ ଅଧିକ ମୃତ୍ୟୁ ହେଉଥିବା ବେଳେ ଆଗକୁ ଏହି ସଂଖ୍ୟା ବହୁ ଗୁଣିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com