Featuredଜାତୀୟ

ଯୁବ ଅଗ୍ନିବୀର ସଶସ୍ତ୍ର ବଳକୁ ଆହୁରି ମଜବୁତ କରିବେ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସେନାରେ ସ୍ୱଳ୍ପକାଳୀନ ଭର୍ତ୍ତି ଯୋଜନା ଅଗ୍ନିପଥକୁ ନେଇ ସମୀକ୍ଷା କରିଛନ୍ତି । ବିଭିନ୍ନ ଟିମର ଅଗ୍ନିବୀରଙ୍କ ସହ ମୋଦୀ ଆଲୋଚନା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଅଗ୍ନିବୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଏହି ନୀତି ଆମର ସଶସ୍ତ୍ର ବଳକୁ ମଜବୁତ କରିବା ଏବଂ ଭବିଷ୍ୟତରେ ଆସୁଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ଗ୍ରହଣ କରିବାରେ ପ୍ରମୁଖ ଭୂମିକା ନେବ । ଯୁବ ଅଗ୍ନିବୀର ସଶସ୍ତ୍ର ବଳକୁ ଆହୁରି ମଜବୁତ କରିବେ ।

ଅଗ୍ନିବୀରଙ୍କ ଭାବନା ସଶସ୍ତ୍ର ସୀମାବଳର କ୍ଷମତାକୁ ଦର୍ଶାଉଛି । ଏହା ଦ୍ୱାରା ଆମ ଦେଶର ପତାକା ସବୁବେଳେ ଉଚ୍ଚା ରହିବ । ଏହି ଅବସରରେ ଯେଉଁ ଅନୁଭବ ଆମକୁ ମିଳିବ ତାହା ସାରା ଜୀବନ ଆମର ଗୌରବକୁ ବୃଦ୍ଧି କରିବ । ନୂଆ ଭାରତ ନୂଆ ଜୋଶରେ ଅଛି । ଆମ ସଶସ୍ତ୍ର ବଳକୁ ଆଧୁନିକ କରିବା ସହ ତାଙ୍କୁ ଆତ୍ମନିର୍ଭର କରିବା ଦିଗରେ ପ୍ରୟାସ ଜାରିରଖିଛୁ ।

Related Articles

Back to top button
WP Twitter Auto Publish Powered By : XYZScripts.com