Featuredଅନ୍ତର୍ଜାତୀୟ

ମସ୍କୋ ଅଧିକୃତ ଅଞ୍ଚଳ ଉପରେ କିଭର ଜୋରଦାର ଆକ୍ରମଣ

ଋଷ ଉପରେ ଘମାଘୋଟ ଆକ୍ରମଣ କରୁଛି ୟୁକ୍ରେନ ସେନା । ଋଷ ସହିତ ଭୟଙ୍କର ସାମରିକ ଲଢେଇ ପାଇଁ ପ୍ରସ୍ତୁତ ହେଇ ସାରିଛି ୟୁକ୍ରେନ । ଯୁଦ୍ଧଭୂମୀରେ ମୁହାଁମୁହିଁ ସଂଗ୍ରାମ କରିବା ପାଇଁ ଆମେରିକା ସମେତ ଅନ୍ୟ ପଶ୍ଚିମୀ ରାଷ୍ଟ୍ର ଗୁଡିକରୁ ଯୁଦ୍ଧାସ୍ତ୍ର ଏକାଠି କରୁଛି ୟୁକ୍ରେନ ।

ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି ରୁଷ ୟୁକ୍ରେନ ଯୁଦ୍ଧ । ଏହି ଯୁଦ୍ଧକୁ ଆହୁରି ଅଧିକ ମଜବୁତ୍ ଢଙ୍ଗରେ ଲଢିବା ପାଇଁ ତୟାର ହେଉଛି ୟୁକ୍ରେନ । ପାଖାପାଖି ୨୫୦ କୋଟି ଡଲାରର ସାମରିକ ସହାୟତା ପ୍ୟାକେଜ୍ ଅନ୍ତର୍ଗତ ଭୟଙ୍କର ଆମେରରିକାନ୍ ଯୁଦ୍ଧ ସାମଗ୍ରୀ, ୟୁକ୍ରେନକୁ ଭୟଙ୍କର ଆକ୍ରମଣ କରିବାକୁ ଶକ୍ତି ଯୋଗାଇଛି ।

ଖାଲି ସେତିକି ନୁହେଁ ରୁଷ ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ କରୁଥିବା ଆମେରିକା ସମେତ ଅନ୍ୟ ନାଟୋ ଦେଶ ସହିତ ସାମିଲ ହେଇଛି ବ୍ରିଟେନ୍ । ଜର୍ମାନୀରେ ୫୦ଟି ଦେଶର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୟୁକ୍ରେନ ସେନାକୁ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ସାମରିକ ପ୍ରସ୍ତୁତିକରାଯାଇଛି ।

ୟୁକ୍ରେନକୁ ସାମରିକ ସହାୟତାର ସୁଅ କ୍ରେମଲିନ ସେନା ପାଇଁ ଚିନ୍ତାର କାରଣ ପାଲଟିଛି । କୌଣସି ବଡ ଆକ୍ରମଣ ଆଶଙ୍କାରେ ମସ୍କୋରେ ଏୟାର ଡିଫେନ୍ସ ସିଷ୍ଟମକୁ ମୁତୟନ କରି ସାରିଛି ରୁଷ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘର ନିକଟରୁ ୧୦ କିଲୋମିଟର ଭିତରେ ନିୟୋଜିତ କରାଯାଇଛି ଏୟାର ଡିଫେନ୍ସ ସିଷ୍ଟମ ୟୁନିଟ୍ ।

ଯାହାକୁ ବାୟୁସୀମାରେ ଆସୁଥିବା କୌଣସି ଆକ୍ରମଣକିୁ ପ୍ରତିହତ କରିବା ଲକ୍ଷ୍ୟରେ ନିୟୋଜିତ କରାଯାଇଛି । ଅତ୍ୟାଧୁନିକ ଯୁଦ୍ଧ ଟ୍ୟାଙ୍କ ସହାୟତାରେ ରୁଷ ସେନାକୁ ଛିନଛତ୍ର କରିବାକୁ ଯୋଜନା ପ୍ରସ୍ତୁତ କରିଛି ୟୁକ୍ରେନ ।

Related Articles

Back to top button
WP Twitter Auto Publish Powered By : XYZScripts.com