Breaking NewsFeaturedଅନ୍ତର୍ଜାତୀୟକ୍ରୀଡ଼ା

ରୋହନ ବୋପାନ୍ନା ଓ ମାଥ୍ୟୁ ଏବଡେନଙ୍କ କମାଲ୍‌: Semi Final Wimbledon 2023

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଣ୍ଟ-୨୦୨୩ରେ ଭାରତର ସିନିୟର ଖେଳାଳି ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ କମାଲ୍‌ କରିଛନ୍ତି। ଦୁହେଁ ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରି ଟାଇଟଲ ହାସଲ ଆଶା ସଞ୍ଚାର କରିଛନ୍ତି । କ୍ୱାର୍ଟରରେ ସେମାନେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଡଚ ଯୋଡ଼ି ଟାଲାନ ଗ୍ରୀକ୍ସପୁର ଓ ବାର୍ଟ ଷ୍ଟିଭେନ୍ସଙ୍କୁ ୬-୭(୬-୩), ୭-୫ ଓ ୬-୨ ସେଟରେ ପରାସ୍ତ କରିଥିଲେ । ୪୩ ବର୍ଷୀୟ ବୋପାନ୍ନା କ୍ୟାରିୟରରେ ତୃତୀୟ ଥର ପାଇଁ ୱିମ୍ବେଲଡନ ଓ ଓଭରାଲ ୪ର୍ଥ ଥର ପାଇଁ ଗ୍ରାଣ୍ଡସ୍ଲାମ ମୁକାବିଲାର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୨୦୧୦ ୟୁଏସ ଓପନ ପୁରୁଷ ଡବଲ୍ସରେ ସେ ରନର୍ସଅପ ହୋଇଥିଲେ ।

Rohan Bopanna & Matthew Ebden Wimbledon 2023 Semi Final

ସେମିରେ ବୋପାନ୍ନା-ଏବଡେନ ଯୋଡି ନେଦରଲାଣ୍ଡର ୱେସଲେ କୁଲହଫ ଓ ବ୍ରିଟେନର ନୀଲ ସ୍କୁପସିଙ୍କୁ ଭେଟିବେ । ବୋପାନ୍ନା-ଏବଡେନ ସଂଘର୍ଷପୂର୍ଣ୍ଣ ପ୍ରଥମ ସେଟ ଜିତିବା ପରେ ଦ୍ୱିତୀୟ ସେଟକୁ ଜିତି ପ୍ରତିଦ୍ୱନ୍ଦ୍ୱୀ ମ୍ୟାଚରେ ରୋମାଂଚ ଭରିଥିଲେ । ତେବେ ନିର୍ଣ୍ଣାୟକ ସେଟରେ ବୋପାନ୍ନା ଏବଂ ସାଥୀ ବାଜି ମାରିବା ସହ ମ୍ୟାଚକୁ ଜିତି ନେଇଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com