ଓଡ଼ିଶା

ବଡ଼ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କଟକ ଚୌଦ୍ୱାର ଥାନା ପୋଲିସ

କଟକ() କମିଶନରେଟ ପୋଲିସକୁ ବଡ଼ ସଫଳତା। ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ଚୌଦ୍ୱାର ଥାନା ପୋଲିସ। କଟକ ଓ ଭୁବନେଶ୍ୱର ସହ ଆଖପାଖ ଅଞ୍ଚଳରେ ଏମାନେ କରୁଥିଲେ ଲୁଟପାଟ। ଲୁଟ ଗ୍ୟାଙ୍ଗର ମୁଖ୍ୟ ଲୁଟେରା ସୁବ୍ରତ ଭଟ୍ଟ ସହ ତାର ଦୁଇ ଜଣ ସହଯୋଗୀ ଦେବାଶିଷ ସ୍ଵାଇଁ ଓ ଶୁଭମ କୋକାଟେ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ୨୨ ଟି ସୁନା ଚେନ ଜବତ କରାଯାଇଛି।

ଯାହାର ଓଜନ ପ୍ରାୟ ୨୯୫ ଗ୍ରାମ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।ଏହା ସହ ଦୁଇଟି ପଲସର ବାଇକ ମଧ୍ୟ ଜବତ କରିଛି ପୋଲିସ। ସୁବ୍ରତ ଓ ତା ଗ୍ୟାଙ୍ଗ ସୁନା ଅଳଙ୍କାର ଲୁଟ କରି ଦେବାଶିଷ ଓ ଶୁଭମଙ୍କୁ ଦେଉଥିଲେ। ଏମାନେ ଲୁଟ ଅଳଙ୍କାରକୁ ତରଳେଇ ମାର୍କେଟରେ ବିକ୍ରି କରୁଥିଲେ।

ଏମାନଙ୍କ ଯୋଗାଯୋଗରେ ମଧ୍ୟ କିଛି ସୁନା ଦୋକାନି ଅଛନ୍ତି। ଯାହାଙ୍କୁ ଆଗାମୀ ସମୟରେ ମଧ୍ୟ ଗିରଫ କରାଯିବ। ଏହି ଗ୍ୟାଙ୍ଗର ମୁଖ୍ୟ ଲୁଟେରା ସୁବ୍ରତ ଭଟ୍ଟ ନାଁରେ ୨୦୦୮ରୁ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୩୩ ଟି ମାମଲା ରହିଥିବା ବେଳେ ସହଯୋଗୀ ଶୁଭମ କୋକାଟେ ନାଁରେ ୨୧ ଟି ମାମଲା ରହିଥିବା କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com