Breaking NewsFeaturedରାଜନୀତି

ଶିବକୁମାରଙ୍କୁ ଓଡ଼ିଶା ପ୍ରଭାରୀ ନେଇ ଚର୍ଚ୍ଚା କେତେ ସତ?

କେବେ ବଦଳିବ ଓଡ଼ିଶା କଂଗ୍ରେସର ଭାଗ୍ୟ । କାରଣ ଜଣେ ପରେ ଜଣେ ପ୍ରଭାରୀ ଆସୁଛନ୍ତି ଆଉ ଯାଉଛନ୍ତି । କିନ୍ତୁ ପିସିସିରେ କିଛି ପରିବର୍ତର୍ନ ହୋଇପାରୁନି । ତେବେ ବର୍ତର୍ମାନ ଚେଲା କୁମାରଙ୍କ ସ୍ଥାନ ନେଇଛନ୍ତି ଡ. ଅଜୟ କୁମାର । ତେଣୁ ନିର୍ବାଚନ ପାଇଁ ବଳ ଯୋଗାଇବେ ନୂଆ ପ୍ରଭାରୀ । ଡ. ଅଜୟ କୁମାରଙ୍କ ନେତୃତ୍ୱରେ ଶକ୍ତି ପ୍ରଦର୍ଶନ କରିବ ଦଳ । ଏଭଳି ଚର୍ଚ୍ଚା ଏବେ ଜୋର୍ ଧରିଛି । ଏହାରି ମଧ୍ୟରେ ଜାନୁଆରୀ ୬ରେ ପ୍ରଭାରୀ ଓଡିଶା ଆସିବେ ବୋଲି ସଂକେତ ଦେଇ ସାରିଲେଣି ପିସିସି ସଭାପତି ଶରତ ପଟ୍ଟନାୟକ । କିନ୍ତୁ ପ୍ରଭାରୀ ଭାବେ କର୍ଣ୍ଣାଟକ କଂଗ୍ରେସର ସଭାପତି ତଥା ବରିଷ୍ଠ ନେତା ଡି ଶିବକୁମାରଙ୍କୁ ଓଡ଼ିଶାର କିଛି ନେତା ଚାହୁଥିଲେ ବୋଲି ଏବେ ଆଲୋଚନା ଜୋର୍ । ତେବେ ଏନେଇ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ମୋଟେ ମୁହଁ ଖୋଲିନି । ଏହା ପଛର କଣ ରହିଛି ରହସ୍ୟ? ଏପରି କହିବାକୁ ଗଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟନାୟକ ହୁଅନ୍ତୁ କି ବରିଷ୍ଠ ଅନ୍ୟ ନେତା କେହି ତ ମୁହଁ ଖୋଲି ନାହାନ୍ତି । ତେବେ କିଏ ଚାହୁଥିଲା ଶିବକୁମାରଙ୍କୁ? ଆସନ୍ତୁ ପକାଇବା ନଜର…

କର୍ଣ୍ଣାଟକ କଂଗ୍ରେସ ସଭାପତି ଡି ଶିବକୁମାର ଜଣେ ଡେପୁଟି ଚିଫ୍ ମିନିଷ୍ଟର୍ ମଧ୍ୟ ରହିଛନ୍ତି । ତେଲଙ୍ଗାନାରେ ସଦ୍ୟ ସରିଥିବା ନିର୍ବାଚନ କାଳରେ ତାଙ୍କୁ କେନ୍ଦ୍ର ନେତୃତ୍ୱ ଦେଇଥିଲା ଗୁରୁ ଦାୟିତ୍ୱ । କାରଣ ସୁଚାରୁ ରୂପେ ନିର୍ବାଚନ ପରିଚାଳନା କରିବାରେ ଶିବକୁମାର ବେଶ୍ ମାହିର୍ । ରାଜନୀତିରେ ରହିଛି ବିଶେଷ ଅଭିଜ୍ଞତା ଆଉ ପ୍ରତିପତିିରେ ବି କମ୍ ନୁହନ୍ତି । ଏହାର ଝଲକ ବି ସେ ଦେଖାଇଦେଲେ । ତେଲଙ୍ଗାନାରେ ସରକାର ଗଢ଼ିପାରିଲା କଂଗ୍ରେସ । ତେଣୁ ଏହାକୁ ନଜରରେ ରଖି ଓଡ଼ିଶାର କେତେକ କଂଗ୍ରେସ ନେତା ହୁଏତ ମନେମନେ ମିଠା ଖାଇବସିଲେ, ଆଉ ଦେଇଥାଇ ପାରନ୍ତି ପ୍ରସ୍ତାବ । କିନ୍ତୁ ଶୀର୍ଷ ନେତୃତ୍ୱ ସ୍ତରରେ ଏଭଳି ଚର୍ଚ୍ଚା ହେବାର ନଜିର୍ ଆଦୌ ନାହିଁ । ତେଣୁ ଶିବକୁମାରଙ୍କୁ ଓଡ଼ିଶା ପ୍ରଭାରୀ କରିବା ଚର୍ଚ୍ଚା ଅମୂଳକ ମନେ ହେଉଛି ।
ତେବେ ଏଠାରେ କହିରଖୁଛୁ ଯେ କଂଗ୍ରେସର କ୍ରାଇସିସ ମ୍ୟାନେଜର ଡିକେ ଶିବକୁମାର ।

ତେଲଙ୍ଗାନାରେ କଂଗ୍ରେସକୁ ବିଜୟ ଦେବାରେ ତାଙ୍କର ରହିଛି ପ୍ରମୁଖ ଭୂମିକା । ବିଆରଏସ୍ କୁ ଚେକ ଦେଇ କଂଗ୍ରେସ ପାଇଁ ବରଦାନ ସାଜିଥିଲେ ଡିକେ ଶିବକୁମାର । ଯୁବକ ହୁଅନ୍ତୁ କି ବରିଷ୍ଠ ସମସ୍ତଙ୍କୁ ସାଂଗରେ ନେଇ ସଂଗଠନକୁ ସୁଦୃଢ କରି ଦଳକୁ ଆଗକୁ ନେଇଥିଲେ ଡିକେ । ସେହିଭଳି ତେଲଙ୍ଗାନାରେ ବ୍ୟାକ୍ ଡୋରର କମାଣ ଧରିଥିଲେ ଏହି ବରିଷ୍ଠ ନେତା । ଯାହାଫଳରେ ବିଜୟ ହାସଲ କରି ସରକାର ଗଢିଛନ୍ତି ରେବନ୍ଥ ରେଡୀ । ସେପଟେ ଯେତେବେଳେ କର୍ଣ୍ଣାଟକରେ କଂଗ୍ରେସ ଗଡ ଜିତିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବରିଷ୍ଠ ନେତା ଶିବକୁମାରଙ୍କ ସହ ସିଦ୍ଧରମେୟାଙ୍କ ଚାଲିଲା ଅନ୍ତକନ୍ଦଳ । ଯାହାକୁ ସମାଧାନ କରିବା କଂଗ୍ରେସ ଶାର୍ଷ ନେତୃତ୍ୱଙ୍କ ସହ ଖଡଗେଙ୍କୁ ହେବାକୁ ପଡିଥିଲା ନାକେଦମ । କିନ୍ତୁ ପରେ ଡିକେଙ୍କୁ ଦିଆଯାଇଥିଲା ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ । ଏସବୁକୁ ବେଶ୍ ବୁଝିପାରିଛନ୍ତି କଂଗ୍ରେସ ହାଇକମାଣ୍ଡ । ଏପଟେ ଓଡିଶାରେ ତେଲଙ୍ଗନା ଭଳି ସ୍ଥିତି ନାହିଁ । ସେଠାରେ ୧୦ବର୍ଷ ଧରି ବିଆରଏସ ଥିବା ବେଲେ ଏଠାରେ ୨୫ବର୍ଷ ଧରି ବିଜେଡି ଶାସନ କରୁଛି । ତେଣୁ ଏଥର ଓଡିଶାରେ ପଟ ପରିବର୍ତନ ସହ ମିଶନ ୯୦ ପାଇଁ ଲଢୁଛି କଂଗ୍ରେସ । ତେଣୁ କେନ୍ଦ୍ର କଂଗ୍ରେସ ଯାହା ନିଷ୍ପତି ନେଇଛନ୍ତି ତାହା ଠିକ୍ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ।

Related Articles

Back to top button
WP Twitter Auto Publish Powered By : XYZScripts.com