ରାଜନୀତି

୭ ପୁଲିସ କର୍ମଚାରୀ ନିଲମ୍ବିତ

ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଘଟିଥିବା ତ୍ରୁଟି ନିମନ୍ତେ ପଞ୍ଜାବ ସରକାର ଶନିବାର ଦିନ ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ୭ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

ସେମାନଙ୍କ ନାମରେ କର୍ତ୍ତବ୍ୟରେ ଅବହେଳାଜନିତ ‘ଚାର୍ଜସିଟ୍‌’ ଫାଇଲ୍‌ କରାଯାଇଥିଲା । ୨୦୨୨ ଜାନୁଆରି ୫ ତାରିଖ ଦନି ବଠିଣ୍ଡା ବିମାନ ବନ୍ଦରରୁ ଫିରୋଜପୁର ଯିବା ବାଟରେ ଥିବା ଫ୍ଲାଇଓଭର୍‌ ଉପରେ ପ୍ରଧାନମନ୍ତ୍ରୀ ମ‌ୋଦୀ ଅଧଘଣ୍ଟା କାଳ ଫସି ରହିଥିଲେ। ଉକ୍ତ ଫ୍ଲାଇଓଭର୍‌ ଶେଷ ମୁଣ୍ଡରେ ୩୦୦ ପ୍ରତିବାଦକାରୀଙ୍କ ସମାବେଶ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com