ଜାତୀୟବାଣିଜ୍ୟ

ଆରମ୍ଭ ହେଲା Amazon Great Republic Day Sale

ନୂଆଦିଲ୍ଲୀ() ଆମାଜନ୍ ରେ ଗ୍ରେଟ୍ ରିପବ୍ଲିକ୍ ଡେ ସେଳ୍ ଆରମ୍ଭ ହୋଇଯାଇଛି । ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହୋଇ ଏହି ସେଲ୍ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଅନ୍ୟାନ୍ୟ ଜିନିଷ ସହିତ ସ୍ମାର୍ଟଫୋନ୍ ରେ ଜବରଦସ୍ତ ଅଫର୍ ମିଳୁଛି । ଏସବିଆଇ କାର୍ଡରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଏକ୍ସଟ୍ରା ଡିସକାଉଣ୍ଟ ମଧ୍ୟ ମିଳୁଛି । ଏହିଭଳି ଆକର୍ଷକ ଅଫର୍ ର ଲାଭ ଉଠାଇବାକୁ ଚାହୁଁଥିଲେ ଏବେ ଠାରୁ ସପିଂ ଆରମ୍ଭ କରିନିଅନ୍ତୁ ।

ତେବେ ଆମାଜନ୍ ସେଲରେ ସ୍ମାର୍ଟଫୋନ୍ ଏବଂ ମୋବାଇଲ୍ ଆସେସୋରିଜ୍ ରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ରହିଛି । ଯାହାଫଳରେ ଆପଣ ମାନେ ଖୁବ୍ ଶସ୍ତାରେ ବ୍ରାଣ୍ଡେଡ୍ ସ୍ମାର୍ଟଫୋନ୍ କିଣିପାରିବେ । ସେଲରେ ସାଓମି, ରିୟଲ ମି, ସାମସଙ୍ଗ, ୱାନପ୍ଲସ୍ , ଓପ୍ପୋ, ଭିଭୋ, ଟେକ୍ନୋ ଇଦ୍ୟାଦି ସ୍ମାର୍ଟଫୋନ୍ ରେ ମଧ୍ୟ ଆକର୍ଷକ ଅଫର୍ ମିଳୁଛି । ପ୍ରିମିୟମ୍ ରେଞ୍ଜରୁ ବଜେଟ୍ ରେଞ୍ଜ୍ ପର୍ଯ୍ୟନ୍ତ ହ୍ୟାଣ୍ଡସେଟ୍ ଆପଣଙ୍କୁ ଏହି ସେଲରେ ଇଏମଆଇ ଅଫର୍ ସହିତ ଏକ୍ସଚେଞ୍ଜ ଅଫର୍ ରେ କିଣିବାର ସୁବିଧା ମିଳିବ ।

ଆମାଜନ୍ ସେଲରେ Apple iPhone 12 କୁ ଆପଣ ୫୩,୯୯୯ ଟଙ୍କାର ପ୍ରାରମ୍ବିକ ଦାମ୍ ରେ କିଣିପାରିବେ । ଖାଲି ସେତିକି ନୁହେଁ ୨,୫୪୨ ଟଙ୍କା ଇଏମଆଇ ଅଫର୍ ସହିତ ମଧ୍ୟ ନେଇପାରିବେ । ସେହିପରି ଅଫୋର୍ଡେବଲ୍ ଅପସନ୍ ଭାବେ ସାମସଙ୍ଗ ଗାଲେକ୍ସି ଏମ୍୧୨ ମିଳୁଛି । ଏହାର ଦାମ୍ ୯,୪୯୯ ରହିଛି । ବ୍ୟାଙ୍କ ଅଫର୍ ସହିତ ଏହାକୁ ଆପଣ ୮,୫୫୦ ଟଙ୍କାରେ କିଣାଯାଇପାରିବ ।

ଏହାବାଦ୍ OnePlus 9R ୫ଜିରେ ମଧ୍ୟ ଜବରଦସ୍ତ ଡିସକାଉଣ୍ଟ୍ ମିଳୁଛି । ଏହାକୁ ଆପଣ ୩୩,୯୯୯ ଟଙ୍କା(ବ୍ୟାଙ୍କ ଅଫର୍ ସହିତ) ରହିଛି । ଏହାସହିତ ରେଡମି ୧୦ଏସ୍ କୁ ଆପଣ ୧୨,୭୪୯ ଟଙ୍କାରେ କିଣିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com