Featuredଜାତୀୟ

ନିଜ ପସନ୍ଦର ବିବାହ କରିପାରିବେ ୧୫ ବର୍ଷ ବୟସ୍କ ମୁସଲିମ୍ ଝିଅ

ରାଞ୍ଚି : ୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରି ପାରିବେ । ଏଥିରେ ପରିବାର ଲୋକ ତାଙ୍କୁ ଅବରୋଧ କରିପାରବେ ନାହିଁ । ଉଚ୍ଚ ଅଦାଲତରେ ଦାୟର ହୋଇଥିବା ମାମଲାରେ ମୁସଲିମ୍ ପର୍ସନାଲ ଲ’-ବୋର୍ଡକୁ ନଜରରେ ରଖି ଏହି ରାୟ ଶୁଣାଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ  ।  ବିହାର ନଓ୍ବାଦା ଅଞ୍ଚଳର ୨୪ ବର୍ଷୀୟ ମହମ୍ମଦ ସୋନୁ ଝାଡ଼ଖଣ୍ଡ ଜାମସେଦପୁରର ଏକ ମୁସଲିମ୍ ଝିଅକୁ ପ୍ରେମ କରୁଥିଲେ । ପରେ ଝିଅକୁ ଫେରାର୍ କରିନେଇଥିଲେ । ଝିଅକୁ ମାତ୍ର ୧୫ ବର୍ଷ ହୋଇଥିବାରୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସ ଅପରାଧିକ ମାମଲା ରୁଜୁ କରିଥିଲା । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସୋନୁ । ଜଷ୍ଟିସ୍ ଏସକେ ଦ୍ବିବେଦୀଙ୍କ ଖଣ୍ଡପୀଠ ବୁଧବାର ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com