କ୍ରୀଡ଼ା

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଆରୋନ ଫିଞ୍ଚ

ଭୁବନେଶ୍ୱର, ୦୭/୦୨/୨୦୨୩ –   ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆ T-20 ଦଳର ଅଧିନାୟକ ଆରୋନ ଫିଞ୍ଚ । ଫିଞ୍ଚ ସନ୍ନ୍ୟାସ ନେଇ କହିଛନ୍ତି- ‘ମୋତେ ଲାଗୁଛି କି ୨୦୨୪ରେ ହେବାକୁ ଥିବା T-20 ବିଶ୍ୱକପ ଖେଳିପାରିବି ନାହିଁ । ତେବେ ଏବେ ସନ୍ନ୍ୟାସ ନେବାର ବିଲକୁଲ୍‌ ଠିକ୍‌ ସମୟ । ଆଉ ଟିମ୍‌ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇ ବିଶ୍ୱକପ ପାଇଁ ପ୍ରସ୍ତୁତ କରିପାରିବେ ।

୩୬ ବର୍ଷୀୟ ଫିଞ୍ଚ ପୂର୍ବରୁ ଟେଷ୍ଟରୁ ଅବସର ଗ୍ରହଣ କରିଥିବା ବେଳେ ଗତବର୍ଷ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏବେ ସେ ଟି-୨୦ରୁ ମଧ୍ୟ ଅବସର ଘୋଷଣା କରିଛନ୍ତି । ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଟିମ୍‌ ୨୦୨୧ରେ T-20 ବିଶ୍ୱକପ ପ୍ରଥମ ଥର ଜିତିଥିଲା । ସେହିଭଳି ୨୦୧୫ରେ ଦିନିକିଆ ବିଶ୍ୱକପ ବିଜୟୀ ଦଳରେ ସେ ସଦସ୍ୟ ଥିଲେ ।

ଫିଞ୍ଚ ୫ଟି ଟେଷ୍ଟ, ୧୪୬ଟି ଦିନିକିଆ ଏବଂ ୧୦୩ ଟି-୨୦ ମ୍ୟାଚ୍ ସହିତ ମୋଟ ୨୫୪ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ୧୦ ଇନିଂସରୁ ୨୭୮ ରନ , ଦିନିକିଆରେ ୧୪୨ ଇନିଂସରୁ ୫୪୦୬ ରନ, T-20ରେ ୧୦୩ ଇନିଂସରୁ ୩୨୨୦ ରନ ସଂଗ୍ରହ କରିଛନ୍ତି । ସେହିପରି ଦିନିକିଆରେ ୪ଟି ଵିକେଟ ନେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com