ଚୀନ ଲିଙ୍କ ଥିବା ୧୩୮ ବେଟିଂ ଆପ୍ ଓ ୯୬ଟି ଋଣ ଆପ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଏହାକୁ ବ୍ଲକ୍ କରିଛନ୍ତି ଭାରତ ସରକାର । ମିଳିଥିବା ସୂଚନା ମୁତାବକ, ସୂଚନା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟକୁ ଏ ସମ୍ବନ୍ଧରେ ଗୃହ ମନ୍ତ୍ରାଳୟ ତରଫରୁ ଏକ ଆଦେଶ ମିଳିଥିଲା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଭାରତ ସରକାର ଏହି ଆପକୁ ବ୍ୟାନ୍ କରିଛନ୍ତି ।
ସୂଚନା ମୁତାବକ, ହତାଶ ବ୍ୟକ୍ତିମାନଙ୍କୁ ଏହି ଆପ୍ ସାହାଯ୍ୟରେ ଋଣ ଦେବାକୁ ପ୍ରଲୋଭିତ କରାଯାଉଥିଲା । ଋଣ ନେବା ପରେ ସୁଧର ପରିମାଣକୁ ୩ ହଜାର ପ୍ରତିଶତ କରିଦିଆଯାଉଥିଲା । ଏପରି ସ୍ଥିତିରେ ଋଣ ନେଇଥିବା ବ୍ୟକ୍ତି ଋଣରେ ବୁଡିବା ସହିତ ସୁଧ ସୁଝିବାରେ ଅସମର୍ଥ ହେଉଥିଲା । ତେବେ ଏପରି ଠକ ଆପକୁ ଭାରତ ସରକାର ବ୍ୟାନ୍ ଘୋଷଣା କରିବା ସହିତ ଚୀନକୁ କଡା ଜବାବ ଦେଇଛନ୍ତି ।
କିଛି ଦିନ ହେଲା ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ କିଛି ଲୋକ ଆତ୍ମହତ୍ୟା କରିବା ନଜର ଆସିଥିଲା । ଏହା ପଛରେ ଅନଲାଇନ୍ ଋଣ ହିଁ ଦାୟୀ ବୋଲି ଜଣାପଡିଥିଲା । ଏହାପରେ ପୋଲିସ ଏନେଇ ଛାନଭିନ୍ କରିବା ସହିତ ଏହି ବଡ ଠକେଇର ପର୍ଦ୍ଦାଫାଶ କରିଥିଲା ।