ରାଜନୀତି

ବରିଷ୍ଠ ନେତା ଦାମୋଦର ରାଉତ ଅସୁସ୍ଥ

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ଅସୁସ୍ଥ ହୋଇପଡ଼ିଛନ୍ତି । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏକଦା ରାଜ୍ୟ ରାଜନୀତିରେ ସର୍ବଦା ସକ୍ରିୟ ରହୁଥିବା ଶ୍ରୀ ରାଉତ ଗତ କିଛିବର୍ଷ ଧରି ସକ୍ରିୟ ରାଜନୀତିଠାରୁ ଏକପ୍ରକାର ଦୂରେଇ ରହିଛନ୍ତି । ଶ୍ରୀ ରାଉତଙ୍କ ଅସୁସ୍ଥ ଖବର ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ନିରାଶା ଭରିଦେଇଛି ।

ସୂଚନା ମୁତାବକ, ବରିଷ୍ଠ ନେତା ଶ୍ରୀ ରାଉତ ଅସୁସ୍ଥ ଅଛନ୍ତି । ତେଣୁ ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ତେବେ ଆଜି ଶ୍ରୀ ରାଉତଙ୍କର ଜନ୍ମଦିନ ହୋଇଥିବାରୁ ଏହି ଅବସରରେ କିଛି ଶୁଭେଚ୍ଛୁ ତାଙ୍କୁ ମେଡିକାଲରେ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଆରୋଗ୍ୟ କାମନା କରିଛନ୍ତି ।

ଶ୍ରୀ ରାଉତ ରାଜ୍ୟ ରାଜନୀତିର ଜଣେ ଆଗଧାଡ଼ିର ଟାଣୁଆ ନେତା । ସେ ବିଜେଡିରେ ଥିବା ସମୟରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ । ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ସାମିଲ ହେବା ପରଠାରୁ ସେ ସକ୍ରିୟ ରାଜନୀତି ଠାରୁ ଦୂରେଇ ରହିଥିଲେ । ଏକଦା ତାଙ୍କୁ ବିଜେଡିର ତୁଣ୍ଡ ବୋଲି କୁହାଯାଉଥିଲା । ସେ ବିଜେଡି ଟିକେଟରେ ୭ ଥର ନିର୍ବାଚନ ଜିତି ବିଧାୟକ ହୋଇଥିଲେ । ନିଜର ରୋକଠୋକ୍ ବୟାନକୁ ନେଇ ଶ୍ରୀ ରାଉତ ସର୍ବଦା ଚର୍ଚ୍ଚାରେ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com