ବିଜ୍ଞାନ ଓ ପ୍ରଯୁକ୍ତି
ଫେବୃଆରୀ ୧୬ରୁ ‘କୃଷି ଓଡ଼ିଶା ୨୦୨୩’
![RANENDRA PRATAP SWAIN](https://i0.wp.com/odia.mobilenews24x7.com/wp-content/uploads/2023/02/RANENDRA-PRATAP-SWAIN-e1676376787843.jpg?resize=537%2C470&ssl=1)
ଭୁବନେଶ୍ୱର, ୧୪/୦୨/୨୦୨୩ – ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ‘କୃଷି ଓଡ଼ିଶା ୨୦୨୩’ । ଏହି କୃଷିମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ମେଳାରେ ୧୭୫ଟି ମଣ୍ଡପ ପ୍ରଦର୍ଶିତ ହେବ ।
କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୋମବାର ‘କୃଷି ଓଡ଼ିଶା ୨୦୨୩’ ୱେବସାଇଟ୍କୁ ଲୋକାର୍ପିତ କରିଛନ୍ତି । କୃଷି ମେଳା ସମ୍ପର୍କରେ ସୂଚନା ଦେଇ କୃଷିମନ୍ତ୍ରୀ କହିଛନ୍ତି ଯେ ୧୮ ତାରିଖ ଉଦଯାପନୀ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ୍ ଯୋଗ ଦେବେ । ଏଥିରେ କୃଷି, ଉଦ୍ୟାନ କୃଷି, କୃଷି ଉତ୍ପାଦନ ସଂଘ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, କୃଷି ସାମଗ୍ରୀ ବିତରକ, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଜଳ ବିଭାଜିକା ମିଶନ, ଓଡ଼ିଶା ମିଲେଟ୍ ମିଶନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭଳି ସଂସ୍ଥାମାନେ ଭାଗ ନେବେ ।