ଅନ୍ୟାନ୍ୟ

ଚିହ୍ନଟ ହେଲା ନୂଆ ଭାଇରସ ‘ମାରବଗ ଭାଇରସ୍’ : ଗଲାଣି ୯ ଜୀବନ

ଭୁବନେଶ୍ୱର,୧୫/୦୨/୨୦୨୩ –     ଏକ ନୂଆ ଭାଇରସର ଚିହ୍ନଟ କରାଯାଇଛି । ଏହାର ନାମ ହେଉଛି ‘ମାରବଗ ଭାଇରସ୍’ । ଏହି ଭାଇରସ ବହୁତ ଘାତକ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି । ଏହାର ସଂକ୍ରମଣରେ ଆଫ୍ରିକୀୟ ଦେଶ ଇକ୍ୱେଟୋରିୟଲ ଗିନୀରେ ୯ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ମୃତ୍ୟୁହାର ବଢ଼ିବାର ସମ୍ଭାବନା ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇଛି ।

ବିଶେଷଜ୍ଞଙ୍କ ମତରେ, ମାରବର୍ଗ ଅତ୍ୟଧିକ ସଂକ୍ରାମକ । ଏହି ଭାଇରସ ସଂକ୍ରମିତଙ୍କ ନାକରୁ ପ୍ରଥମେ ରକ୍ତ ଝରିଥାଏ । ଜ୍ୱର ହୋଇଥାଏ । ଥଣ୍ଡା ଲାଗିବା, ମୁଣ୍ଡବ୍ୟଥା, ଅଶାନ୍ତ, ଚିଡ଼ଚିଡ଼ା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ସଂକ୍ରମଣ ସ୍ଥିତିରେ ବାନ୍ତି ହେବା ସହ ଗଳାରେ ସୂଜନ, ପେଟ ଯନ୍ତ୍ରଣା, ଡାଇରିଆ ଓ ଜଣ୍ଡିସ ଲକ୍ଷଣ ମଧ୍ୟ ଦେଖା ଦେଇଥାଏ । ଅଚାନକ ଓଜନ ହ୍ରାସ, ଲିଭର ଫେଲ ହେବା ସହିତ ମଲଟି ଅର୍ଗାନ ଫେଲୁଅର ହେବାର ସମ୍ଭାବନା ରହିଥାଏ ।

ଭାଇରସର ସଂକ୍ରମଣ ସ୍ଥିତିରେ ମୃତ୍ୟୁ ହାର ୮୮ ପ୍ରତିଶତ ହୋଇଥିବା ବେଳେ ଭାଇରସ ଫ୍ରୁଟ ବ୍ୟାଟ୍ସରୁ ମଣିଷ ମଧ୍ୟରେ ପ୍ରବେଶ କରୁଛି । ମାରବର୍ଗ ଭାଇରସକୁ ନେଇ ହୁ’ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ଏହି ଭାଇରସ  ଇବୋଲା ଭାଇରସ ପରିବାର ସହ ସମ୍ବନ୍ଧିତ ଭାଇରସ ଅଟେ । ଏନେଇ WHO ଆଲର୍ଟ ମୋଡ଼କୁ ଆସିବା ସହ ସମୀକ୍ଷା ପାଇଁ ଜରୁରୀକାଳୀନ ବୈଠକ ଡକାଇଛି । WHO ପକ୍ଷରୁ ଡକା ଯାଇଥିବା ବୈଠକରେ ମାରବର୍ଗ ଭାଇରସର କାରଣ ଓ ଏହାର ପ୍ରତିକାର ଉପରେ ଆଲୋଚନା କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com