ଓଡ଼ିଶା

ଡ୍ରେନ୍‌ କାମ ବେଳେ ଭୁଶୁଡିଲା ଘର, ଦୋକାନ ଖୋଲା ଥିବା ବେଳେ ଘଟିଲା ଦୁର୍ଘଟଣା

ବାଲେଶ୍ୱର() ଡ୍ରେନ୍‌ କାମ ବେଳେ ଧସିଗଲା ଘର । ବୁଲଡୋଜର ଦ୍ୱାରା ଖୋଳିବା ବେଳେ ଧସିଗଲା ଘର । ଦୋକାନ ଖୋଲା ଥିବା ବେଳେ ଘଟିଲା ଦୁର୍ଘଟଣା । ବାଳେଶ୍ୱର ସହର ମ୍ୟୁନିସିପାଲିଟି ସମ୍ମୁଖରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ବାଲେଶ୍ୱର ସହରର ମ୍ୟୁନିସିପାଲିଟି ସମ୍ମୁଖରେ ଡ୍ରେନ୍‌ କାମ୍‌ ଚାଲିଥିଲା । ଏହି ସମୟରେ ବୁଲ୍‌ଡୋଜର ଦ୍ୱାରା ଖୋଳିବା ବେଳେ ଘଟିଲା ଅଘଟଣ । ଆଉ ଭୁଷୁଡିପଡିଲା ପାଞ୍ଚଟି ଦୋକାନ । ଯାହାଫଳରେ ସେଠାରେ ଉପସ୍ଥିତ ଥିବା ଦୋକାନୀ ଏବଂ ଗ୍ରାହକ ମାନେ ଦୌଡିଥିଲେ । ତେବେ ଏହି ଦୁର୍ଘଟଣାରେ କୌଣସି ଲୋକ ମୃତାହତ ହୋଇନଥିବା ଜଣାପଡିଛି । ଭାଙ୍ଗି ପଡିଥିବା କୋଠା ଘର ଗୁଡିକ ସଂପୂର୍ଣ୍ଣ ନଷ୍ଟ ହୋଇପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com