ଓଡ଼ିଶା

୨୦୨୩ ମସିହା ଫେବ୍ରୁଆରୀ ମାସର ଦିନ ତାପମାତ୍ରା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର, ୦୧/୦୩/୨୦୨୩ –    ୨୦୨୩ ମସିହା ଫେବ୍ରୁଆରୀ ମାସର ଦିନ ତାପମାତ୍ରା ସବୁଠୁ ଉତ୍ତପ୍ତ । ୧୯୦୧ରୁ ୨୦୨୩ ମଧ୍ୟରେ ଗତ ଫେବ୍ରୁଆରୀରେ ଦିନର ହାରାହାରି ତାପମାତ୍ରା ୨୯.୫୪ ଡିଗ୍ରୀ ରେକର୍ଡ ହୋଇଛି । ଏଥିସହିତ ୧୨୩ ବର୍ଷର ରେକର୍ଡ ଭାଙ୍ଗିଛି ୨୦୨୩ ମସିହାର ଫେବ୍ରୁଆରୀ ମାସ । ୨୦୦୯ ରେ ୨୯.୨୩, ୨୦୧୭ରେ ୨୯.୨୪, ୨୦୦୬ରେ ୨୯.୩୧ ଏବଂ ୨୦୧୬ ରେ ୨୯.୪୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

IMDର ଆକଳନ ଅନୁସାରେ ବୁଧବାରଠୁ ସ୍ଥିତି ସଙ୍ଗୀନ ହେବ । ସ୍ୱାଭାବିକଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ । ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ଅରେଞ୍ଜ ମାର୍କ ଜାରି କରାଯାଇଛି । ରେଡମାର୍କରେ ରହିଛି ରାଜଧାନୀ ଭୁବନେଶ୍ୱର ।

Related Articles

Back to top button
WP Twitter Auto Publish Powered By : XYZScripts.com