Breaking NewsFeaturedଓଡ଼ିଶା

୨୪ ଘଣ୍ଟାରେ ସକ୍ରିୟ ହେବ ଲଘୁଚାପ! ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଯାଜପୁର, କଟକ ଓ ଗଞ୍ଜାମକୁ ସତର୍କ ସୂଚନା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ହେଉନଥିଲା, ଖୁବ୍ ବାଧୁଥିଲା। ହେଲା ଯେ ସବୁ ଧୋଇନେଲା, ଏବେ କଲବଲ କଲା। ଲଗାଣ ବର୍ଷା ଲାଗି ଏମିତି ହୋଇଛି ମାଲକାନଗିରି ଓ ଗଜପତିର ସ୍ଥିତି । ପ୍ରବଳ ବର୍ଷାରେ ବେହାଲ ହୋଇଛି ମାଲକାନଗିରି । ଗତ ୨୪ ଘଣ୍ଟା ରେ ୧୮୪ ମିମି ବର୍ଷା ହୋଇଛି । ଏନ୍‌ଏଚ୍ ୩୨୬ ଉପରେରେ ପାଣି ଚାଲୁଥିବା ବେଳେ ପୋଟେରୁ ପୋଲରେ ସୁଅ କାଟୁଛି ପାଣି । ପ୍ରବଳ ବର୍ଷା ଓ ଜଳୂବନ୍ଦୀ ସମସ୍ୟା ଯୋଗୁଁ ମାଲକାନଗିରିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏଥି ସହିତ ଏମଭି ୯୦ , ଏମ୍‌ଭି ୩୭ ଓ କାଙ୍କେରମୁଣ୍ଡା ଆଦି ଅଞ୍ଚଳରେ ସ୍ଥିତି ସାଂଘାତିକ ହୋଇଛି ।

ସେପଟେ ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା। ଗଜପତି ଜିଲ୍ଲା ଗୋଷାଣି ବ୍ଲକ କେରାଣ୍ଡି ପଞ୍ଚାୟତର ଡାଲିମ୍ବପୁର, ଅମରା, ରାଟିଣି ଯିବା ମୁଖ୍ୟରାସ୍ତାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ରିଜ ନିର୍ମାଣ କାର‌୍ୟ୍ୟ ଚାଲିଥିଲା। ଆଉ ଏଥିପାଇଁ ଏହି ତିନି ଗାଁକୁ ଯିବା ପାଇଁ କେରାଣ୍ଡି ନାଳ ଉପରେ ଅସ୍ଥାୟୀ ରାସ୍ତା ନିର୍ମାଣ କରିଥିଲେ ଠିକାଦାର। ଗତ ୩ ଦିନ ଧରି ଗଜପତି ଜିଲ୍ଲାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଧୋଇ ଯାଇଛି। ଫଳରେ ୩ ଖଣ୍ଡ ଗାଁର ଲୋକେ ଯାତାୟାତ କରିବା ମୁସ୍କିଲ୍ ହୋଇପଡ଼ିଛି। କୌଣସି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଲୋକେ ପାରଳାଖେମୁଣ୍ଡି ସହ ଯୋଗାଯୋଗ କରିପାରୁ ନାହାନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ମୁଣ୍ଡରେ ହାତଦେଇ ବସିଛନ୍ତି। ବର୍ତ୍ତମାନ ଆନ୍ଧ୍ର ପଟରୁ ୧୪ କିଲୋମିଟର ବୁଲି ଆସିଲେ ଉକ୍ତ ୩ ଗାଁର ଲୋକେ ପାରଳାଖେମୁଣ୍ଡିରେ ପହଞ୍ଚି ପାରିବେ। ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି।

ଏଭଳି ସ୍ଥିତିରେ ଆଗାମୀ ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଗୁଚାପ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି କଟକ, ଯାଜପୁର ଓ ଗଞ୍ଜାମ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁ ଅକସ୍ମାତ ବନ୍ୟା ସ୍ଥିତି ସହ ୫ ଜିଲ୍ଲାରେ ଭୂସ୍ଖଳନର ସମ୍ଭାବନା ଥିବା ଟ୍ୱିଟ୍ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି ।

ସେହିପରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟାପ୍ରତି ୪୦ ରୁ ୫୦କିମି ବେଗରେ ଝଡ଼ପବନ ସମ୍ଭାବନା ହେତୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଅନ୍ୟପଟେ ଆଜି ମାନକାନାଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ଏହି ଜିଲ୍ଲାଗୁଡିକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି । ସେହିପରି ନୂଆପଡା, ବଲାଙ୍ଗିର, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com