Featuredଅନ୍ତର୍ଜାତୀୟ

କୋହିନୂର ମୁକୁଟ ପିନ୍ଧିବେନି ବ୍ରିଟେନର ନୂଆ ରାଣୀ !

ବ୍ରିଟେନର ନୂଆ ରାଣୀ ଅର୍ଥାତ୍ କିଙ୍ଗ ଚାର୍ଲସ-୩ଙ୍କ ପତ୍ନୀ କାମିଲା ରାଜ୍ୟାଭିଷେକ ବେଳେ ରାଣୀ ଏଲିଜାବେଥଙ୍କ କୋହିନୂର ଖଚିତ ମୁକୁଟ ପିନ୍ଧିବେ ନାହିଁ । ତାଙ୍କ ପାଇଁ ୧୦୦ ବର୍ଷ ପୁରୁଣା ଅନ୍ୟ ଏକ ମୁକୁଟ ମରାମତି କରାଯାଇଥିବା ଲଣ୍ଡନ ସ୍ଥିତ ବଙ୍କିମହାମ୍ ପ୍ୟାଲେସ ପକ୍ଷରୁ ସୂଚନା ମିଳିଛି ।

ଭାରତ ସହିତ ସମ୍ପର୍କ ବିଗିଡ଼ିବା ଆଶଙ୍କାରେ ରାଜ ପରିବାର ଏଭଳି ପଦକ୍ଷେପ ନେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହି ନିଷ୍ପତ୍ତି ପରେ କାମିଲାଙ୍କ ପାଇଁ ରାଣୀ ମୋରୀଙ୍କର ୧୦୦ ବର୍ଷ ପୁରୁଣା ମୁକୁଟ ପ୍ରସ୍ତୁତ କରାଯାଉଛି । କାମିଲାଙ୍କୁ ଔପଚାରିକ ଭାବେ ରାଣୀ ମାନ୍ୟତା ଦେବା ପାଇଁ ଚଳିତବର୍ଷ ମେ ୬ତାରିଖରେ କ୍ୱିନ କନସର୍ଟ ଆୟୋଜନ କରାଯିବ । ଏହି ସମୟରେ ସେ ନୂଆ ମୁକୁଟ ପିନ୍ଧିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com