Featuredଜାତୀୟ

ଏପ୍ରିଲ ୨୫ରୁ ଖୋଲିବ କେଦାରନାଥ ମନ୍ଦିର

ଶନିବାର ମହାଶିବରାତ୍ରି ଅବସରରେ ଉଖୀମଠରେ ପରମ୍ପରାଗତ ପୂଜାର୍ଚ୍ଚନା ହେବା ପରେ ପଞ୍ଚାଙ୍ଗ ଗଣନା ହେବା ସହିତ କେଦାରନାଥ ମନ୍ଦିରର ଦ୍ୱାର କେବେ ଖୋଲାଯିବ ସେନେଇ ମୁହୂର୍ତ୍ତ ନିର୍ଘଣ୍ଟ ହୋଇଛି ।

ଆସନ୍ତା ଏପ୍ରିଲ ମାସ ୨୫ ତାରିଖ ଦିନ କେଦାରନାଥ ପୀଠ ଖୋଲିବ । ସକାଳ ୬ଟା ବାଜି ୨୦ ମିନିଟ୍ ସମୟରେ ମନ୍ଦିରର ଦ୍ୱାର ଖୋଲିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ତେବେ କେଦାରନାଥ ମନ୍ଦିରର ଦ୍ୱାର ଖୋଲିବା ସହ ଭକ୍ତଙ୍କ ଦର୍ଶନ ମଧ୍ୟ ଆରମ୍ଭ ହେବ ।

ବାବା କେଦାରଙ୍କ ଡୋଲି ସର୍ବପ୍ରଥମେ ଏପ୍ରିଲ ୨୪ ତାରିଖରେ ସେଠାରେ ପହଞ୍ଚିବ । ଏହା ଓମକାରେଶ୍ୱର ମନ୍ଦିର, ଉଖୀମଠ ଦେଇ କେଦାରନାଥରେ ପହଞ୍ଚିବା ପରେ ବିଧି ମୁତାବକ ଧାର୍ମିକ କାମ ଆରମ୍ଭ ହେବ । ତେବେ ସମସ୍ତ ଧାର୍ମିକ କାମ ଶେଷ ହେବା ପରେ ସକାଳ ୬ଟା ୨୦ ମିନିଟ୍ ସମୟରେ ମନ୍ଦିରର ଦ୍ୱାର ଖୋଲାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com