ଜାତୀୟ

ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଏମିତି କହିଲେ ବିହାର ମୁଖ୍ୟମନ୍ତ୍ରୀ

ପୁଣି ଚର୍ଚ୍ଚାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । କିନ୍ତୁ କୌଣସି ରାଜନୈତିକ ଗୋଟି ଚାଳନା ପାଇଁ ନୁହେଁ । ଏଥର ଚର୍ଚ୍ଚା କିନ୍ତୁ ଭିନ୍ନ । ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଦେଇଥିବା ଅଭଦ୍ର ଟିପ୍ପଣୀକୁ ନେଇ ଚର୍ଚ୍ଚା ଜୋର । ବିଧାନସଭାରେ ଏଭଳି ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଛନ୍ତି ନୀତୀଶ କୁମାର । ତେବେ ପ୍ରକୃତ କଥାଟା କଣ ଆସନ୍ତୁ ଜାଣିବା ।

ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ଆରକ୍ଷଣ କଥା ଉଠାଇ ଯେତିକି ଚର୍ଚ୍ଚାକୁ ଆସିଥିଲେ ତାଠାରୁ ଅଧିକ ଅସଭ୍ୟ ମନ୍ତବ୍ୟ ଦେଇ ସମାଲୋଚିତ ହେବାକୁ ଲାଗିଛନ୍ତି ନୀତୀଶ କୁମାର । ଛୁଆ କେମିତି ଜନ୍ମ ହୁଏ ଓ ଝିଅ ପାଠ ପଢ଼ିଥିଲେ, ଏହାକୁ କେମିତି ରୋକି ପାରିବ ସେବିଷୟରେ ନୀତୀଶ କୁମାର ବିସ୍ତୃତ ଭାବେ ଭାଷଣ ଦେଇଥିଲେ ।

ସେ ଏପରି କଥା ସବୁ କହିଛନ୍ତି ଯେ ଯାହା ଏଠାରେ କହିବା ମଧ୍ୟ ମୁସ୍କିଲ। ହେଲେ ନୀତିଶ ଏହାକୁ ଏପରି ଢଙ୍ଗରେ ଏବଂ ଏପରି ଭାଷାରେ କହିଥିଲେ, ଯାହାକୁ ନେଇ ଗୃହରେ ଅପ୍ରସ୍ତୁତ ପରିସ୍ଥିତି ଦେଖିବାକୁ ମିଳିଥିଲା । ଗୃହରେ ଉଭୟ ମହିଳା ଓ ପୁରୁଷ ସଦସ୍ୟ ଥିବା ବେଳେ ନୀତୀଶ କୁମାର ନିଜର ମତ ରଖିଥିଲେ। ଏହା ଶୁଣି ମହିଳା ସଦସ୍ୟମାନେ ଲାଜରେ ନିଜର ମୁହଁକୁ ତଳକୁ ମଧ୍ୟ କରି ଦେଇଥିଲେ। ଶୁଣନ୍ତୁ କଣ କହିଛନ୍ତି ବିହାରି ବାବୁ ।

ସେପଟେ ନୀତୀଶ କୁମାରଙ୍କ ଏପରି ମନ୍ତବ୍ୟକୁ ଅଭଦ୍ର ଓ ଅସଭ୍ୟ ବୋଲି କହିଛି ବିଜେପି । ବିହାର ବିଜେପି ପକ୍ଷରୁ ଟ୍ୱିଟ କରି ନୀତୀଶ କୁମାରଙ୍କ ବୟାନକୁ ନିନ୍ଦା କରାଯାଇଛି । ଯାହା ଜଣାପଡ଼ୁଛି ନୀତୀଶ ବାବୁଙ୍କ ମୁଣ୍ଡରେ ଆଡଲ୍ଟ ବି ଗ୍ରେଡ ଫିଲ୍ମର ଭୂତ ପଶି ଯାଇଛି। ତାଙ୍କର ଦୁଇ ଅର୍ଥ ବୋଧକ ମନ୍ତବ୍ୟ ଉପରେ ବ୍ୟାନ ଲାଗିବା ଦରକାର ବିଜେପି କହିଛି । ପୁରୁଷ ଓ ମହିଳାଙ୍କ ସମ୍ପର୍କକୁ ଘୃଣ୍ୟ ଓ ଅଶ୍ଳୀଳ ଭାଷାରେ ପୋଷ୍ଟମର୍ଟମ କରି ନିଜର ଚରିତ୍ର ଏବଂ ଚେହେରାକୁ ନୀତୀଶ କୁମାର ପ୍ରକାଶ କରିଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଅଡୁଆରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

Related Articles

Back to top button
WP Twitter Auto Publish Powered By : XYZScripts.com