ଅନ୍ୟାନ୍ୟ
୩୧ ଲକ୍ଷ ରୁଦ୍ରାକ୍ଷରେ ତିଆରି ଶିବଲିଙ୍ଗ

ଭୁବନେଶ୍ୱର, ୧୮/୦୨/୨୦୨୩ – ମହାଶିବରାତ୍ରି ଉପଲକ୍ଷେ ପ୍ରତ୍ୟେକ ଶୈବପୀଠରେ ଭୋଳାବାବାଙ୍କ ପୂଜାର୍ଚ୍ଚନା କରାଯାଉଛି । ଏହି ଶୁଭ ଅବସରରେ ଗୁଜୁରାଟର ଧରାମପୁରରେ ଭଗବାନ ଭୋଳାନାଥଙ୍କ ୩୧ ଲକ୍ଷ ରୁଦ୍ରାକ୍ଷ ସହିତ ୩୧.୫ ଫୁଟ ଉଚ୍ଚ ଶିବଲିଙ୍ଗ ନିର୍ମାଣ କରାଯାଇଛି । ଏହି ଶିବଲିଙ୍ଗ ଶୁକ୍ରବାର ଜାଗର ଉଦ୍ଦେଶ୍ୟରେ ଉନ୍ମୋଚିତ ହୋଇଥିଲା । ଏହି ଶିବଲିଙ୍ଗ ଦେଖିବା ପାଇଁ ଦୂରାଦୂରାନ୍ତରୁ ଲୋକମାନେ ଆସୁଛନ୍ତି ।